ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ ସଭାପତି ଲାୟନ୍‌ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଲାୟନ ଆଲୋକ ଅଗ୍ରୱାଲଙ୍କ ଆଲୁମିନିଅମ୍‌ କାରଖାନାର କାର୍ଯ୍ୟରତ ଶତାଧିକ କର୍ମଚାରୀଙ୍କୁ କୋଭିଡ଼ ପରିଚାଳନା ସଂପର୍କରେ ଦକ୍ଷତା ଶିକ୍ଷା ପ୍ରଦାନ କରାଯାଇଥିଲା । ଏସ୍‌ସିବି ମେଡ଼ିକାଲ କଲେଜର ରେସିଡେ଼ନ୍ସ ଡାକ୍ତର ଏକତା ବାଦ୍‌ଗାୟନ ଓ ଡ. ଦିବ୍ୟାଂଶୁ ଅଗ୍ରୱାଲ ଦକ୍ଷତା ପ୍ରଦାନ କରିଥିଲେ । କ୍ଲବର ସମସ୍ତ ସଦସ୍ୟ ଏଥିରେ ଯୋଗାଦାନ କରିଥିବା ବେଳେ ମାସ୍କ, ସାନିଟାଇଜର, ସାବୁନ ବଂଟନ କରାଯାଇଥିଲା । ସଂପୃକ୍ତ ଦୁଇ ଜଣ ଅଭିଜ୍ଞ ଚିକିତ୍ସକ ସାନିଟାଇଜେସନ୍‌ର ପ୍ରଣାଳୀ ତଥା କୋଭିଡ଼ ବିରୁଦ୍ଧରେ ଯୁଦ୍ଧ କରିବାର ଅନେକ ଟିପ୍ସ ପ୍ରଦାନ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏଭଳି ଅନେକ କାର୍ୟ୍ୟକ୍ରମ ହାତକୁ ନେଇ ବିଭିନ୍ନ ଅଂଚଳରେ ସଚେତନତା କରାଯିବାକୁ କ୍ଲବ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.