jayashree

‘ଭୀମପାହାଡ’ ପୁସ୍ତକ ପାଇଁ ଲେଖା ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମେତ ଓଡିଶାର ଜନ ଜୀବନର ଏକ ପ୍ରାକ୍‌ ଐତିହାସିକ କ୍ଷେତ୍ର ହେବା ସହ ଇତିହାସର ସ୍ୱର୍ଣ୍ଣିର୍ମ ଅଧ୍ୟାୟର ସ୍ମୃତି କ୍ଷେତ୍ର ଭାବରେ ପରିଚିତ ‘ଭୀମପାହାଡ’ ଓଡିଶା ସରକାରଙ୍କ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇ ବିକାଶ ଦିଗରେ ଆଗେଇ ଚାଲିଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ଆଟଗାଁ ଜମିଦାର ସହିଦ ଧରମସିଂ ମାଝୀ ମାନଧାତା, କଳାହାଣ୍ଡିର ରେଣ୍ଡୋ ମାଝୀ ଓ ଘୁମୁସରର ଚକୋରା ବିଶୋଇଙ୍କ ବିରତ୍ୱର ଇତିହାସ ଏହି ପୀଠ ସହିତ ଯୋଡି ହୋଇ ରହିଛି । ପ୍ରାକୃତିକ ପରିବେଶ ମଧ୍ୟରେ ୬୪ରୁ ଅଧିକ ଗୁମ୍ଫା ରହିଥିବା ଏହି ପାହାଡର ଏକ ବିଶାଳ ଇତିହାସ ରହିଛି । ଏହି ପର୍ଯ୍ୟଟନ କ୍ଷେତ୍ରର ଇତିହାସ ଓ ଲୋକଧାରାକୁ ନେଇ ଏକ ପୁସ୍ତକ ‘ଭୀମପାହାଡ’ ନାମରେ ପ୍ରକାଶିତ କରିବାକୁ ଭୀମପାହାଡ ମହୋତ୍ସବ କମିଟି ପରିକଳ୍ପନା କରିଛି । ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ପବିତ୍ର ସ୍ୱାଧୀନତା ଦିବସରେ ଏହାକୁ ଉନ୍ମୋଚନ କରିବାକୁ ପ୍ରସ୍ତାବ କରାଯାଇଛି । ସଂପାଦନା ମଣ୍ଡଳୀରେ ବିଶିଷ୍ଟ ସ୍ତମ୍ଭକାର ତଥା ଲେଖକ ଉମାଶଙ୍କର ସିଂ, ବରିଷ୍ଠ ସାମ୍ବାଦିକ ସଂଦୀପ କୁଅଁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ସମାଜସେବୀ ଡ.ସୁଧାଂଶୁ ଭୂଷଣ ମେହେର ରହିଛନ୍ତି । ଏହି ପୁସ୍ତକ ପାଇଁ ବିଭିନ୍ନ ଗବେଷକ, ଲେଖକ ଓ ଐତିହାସିକମାନଙ୍କଠାରୁ ଲେଖା ଆହ୍ୱାନ କରାଯାଉଛି । ଲେଖାଗୁଡିକ ଓଡିଆ, କୋସଲୀ ଓ ଇଂରାଜୀରେ ହାତ ଲେଖା କିମ୍ବା କମ୍ପ୍ୟୁଟରରେ ଟାଇପ କରି ନିମ୍ନୋକ୍ତ ଇ-ମେଲରେ ପଠାଇବାକୁ କମିଟି ଅନୁରୋଧ କରୁଛି । ଲେଖାଗୁଡିକ ସହିଦ ଧରମସିଂ ମାଝୀ ମାନଧାତା, ରେଣ୍ଡୋ ମାଝୀ, ଚକୋରା ବିଶୋଇ ତଥା ଏହି ପୀଠ ସହିତ ଯୋଡି ହୋଇଥିବା ଇତିହାସ ଓ ସଂସ୍କୃତି ସମ୍ବନ୍ଧୀୟ ହୋଇଥିବା ଆବଶ୍ୟକ । ଲେଖାଗୁଡିକ emailadress- [email protected] I [email protected]ଜ୍ଞରେ ଆସନ୍ତା ଜୁଲାଇ ମାସ ୨୫ ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.