ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଜାତୀୟ ରାଜପଥରେ କନିଷି ହାଟ ଗୁଣ୍ଡିଚା ନଗର କୁନା ଚନ୍ଦ୍ର ଖଟୁଆ ଓରଫ ଟିଙ୍ଗିରିଙ୍କୁ ୨ରୁ ୩ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି । ଟିଙ୍ଗିରିଙ୍କ ହାତର ପାପୁଲିରେ ଖଣ୍ଡା ଚୋଟ ପଡ଼ିଛି ଯାହା ଫଳରେ ଟିଙ୍ଗିରି ଏବେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଟିଙ୍ଗିରିଙ୍କୁ ଦୁର୍ବୃତ୍ତମାନେ ଲଙ୍କା ଗୁଣ୍ଡ ଫିଙ୍ଗି ଖଣ୍ଡାରେ ହାଣିଥିବା କୁହାଯାଇଛି । ଏ ସମ୍ପର୍କରେ ଗୋଳନ୍ଥରା ଥାନାରେ ସେ ଅଭିଯୋଗ କରିଥିବା କୁହାଯାଇଛି ।