ls

ଲାଞ୍ଚ ନେଇ ଧରା ପଡିଲେ କର୍ଲାମୁଣ୍ଡା ରାଜ‌ସ୍ୱ ନିରୀକ୍ଷକ

sb

କଳାହାଣ୍ଡି, (ପି.କେ. ସାହୁ) : କର୍ଲାମୁଣ୍ଡା ତହସିଲର ବିଭିନ୍ନ ଆର୍‌ଆଇ ସର୍କଲରେ ଦୁର୍ନୀତି ହେଉଥିବା ଚର୍ଚ୍ଚା ହୋଇଆସୁଛି । ଭିଜିଲାନ୍ସ ଜାଲରେ ଜଣେ ବଡମୁଣ୍ଡ ଧରାପଡ଼ିବା ପରେ ଏହା ଅଧିକ ସ୍ପଷ୍ଟ ହୋଇଛି । ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନସ୍‌ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ରାଜ‌ସ୍ୱ ନିରୀକ୍ଷକ (ଆର୍‌ଆଇ) ରମେଶ ଚନ୍ଦ୍ର ବରାଳ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କର୍ଲାମୁଣ୍ଡା ପଞ୍ଚାୟତ ଅଧିନସ୍ଥ କର୍ଲାମୁଣ୍ଡା ଗାଁରେ ରହୁଥିବା ବିରଞ୍ଚି ନାରାୟଣ ଚୌଧୁରୀଙ୍କ ଡୁକେରମାଳ ଗାଁରେ କିଣିଥିବା ଦଲିଲକୁ ଡିମାର୍କଏସନ ବାବଦରେ ୨ହଜାର ଟଙ୍କା ଦାବୀ କରିଥିଲେ ଆରଆଇ ରମେଶ ବରାଳ । ଏହାକୁ ନେଇ ବିରଞ୍ଚି ନାରାୟଣ ଚୌଧୁରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ । ଏହାପରେ ଲାଞ୍ଚୁଆ ଆର୍.ଆଇଙ୍କୁ ଧରିବା ପାଇଁ ତତ୍ପର ହୋଇ ଉଠିଥିଲା ଭିଜିଲାନ୍ସ ବିଭାଗ । କୋରାପୁଟ ଭିଜିଲାନ୍ସ କେସ ନଂ ୧୨-୨୨/୪/୨୧ ଅଭିଯୋଗ ପାଇଁ କଳାହାଣ୍ଡି ଜିଲ୍ଲା ଭିଜିଲେନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ନୂଆପଡ଼ା ଇନିସପେକ୍ଟର ଦୀନବନ୍ଧୁ ବେହେରା, ଗୁଣନିଧି ସାହୁ, କର୍ଲାମୁଣ୍ଡା ରାଜ‌ସ୍ୱ ନିରୀକ୍ଷକ ରମେଶ ବରାଳଙ୍କୁ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନେଇଥିବା ଥିବା ଜଣାପଡ଼ିଛି ।

pc pk
Leave A Reply

Your email address will not be published.