ତହଁକ କୁଟୁମର କୋସଲି ଖାନା କୋସଲି ଗାନା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଟାଉନ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ତହଁକ କୁଟୁମ ତରଫରୁ କୋସଲି ଖାନା କୋସଲି ଗାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଷୀ ଯୋଗଦେଇ ଗୋଟିଏ ଅଂଚଳର ସଂସ୍କୃତି, ପରମ୍ପରା ସେ ଅଂଚଳକୁ ପରିଚୟ ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ କୋଶଳ ପ୍ରବାହର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ର, ଜଗବନ୍ଧୁ ପଟେଲ ଯୋଗଦେଇ ଆମ ଅଞ୍ଚଳର ଖାଦ୍ୟ ଯେତେ ସୁସ୍ୱାଦୁ ସେତେ ଦେହ ପାଇଁ ହିତକର ଅଟେ । ଏପରି ଏକ ଭିନ୍ନ ଚିନ୍ତାଧାରା ଜଙ୍ଗଲୀ ଖାଦ୍ୟ ପେୟ ଠୁ ପୂର୍ବପ୍ରଚଳିତ ସମସ୍ତ ଖାଦ୍ୟ ପ୍ରଦର୍ଶନ ସହ ଆଣିଥିବା ଖାଦ୍ୟ ଉପରେ କବିମାନେ କବିତା ପଠନ କରିଥିଲେ । ସାରା ଦେଶରେ ଭୁଜାକୁ ନେଇଁ ବଲାଙ୍ଗିର ମାଟିର ନାଁକୁ ପ୍ରତିଷ୍ଠିତ କରିପାରିଥିବା ନକୁଳପଟ୍ଟନାୟକକୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ରାଜେଶ ଦଣ୍ଡସେନା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, କବି ଦିଲ୍ଲୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେସନରେ ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାକର, ସାମ୍ବାଦିକ ସନ୍ଦିପ କୁଅଁର, ଦେବେନ୍ଦ୍ର ନାଏକ, ରାଜିବ ଭୋଇ, ଶଙ୍କର୍ଷଣ ସାହୁ, ଗୋପାଳ ଚନ୍ଦ୍ର ମେହେର ମଞ୍ଚାସୀନ ଥିଲେ । ପ୍ରଭାସିନୀ ଭୋଇ, କସ୍ତୁରୀ ରଥ କବିତା ଆସରକୁ ସଂଯୋଜନା କରିଥିବା ବେଳେ ଜ୍ୟୋତିରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବି ଗରିବ ମଲ୍ଲିକ, ଭବାନୀଶଙ୍କର ମିଶ୍ର, ମିଲନ ପଣ୍ଡା, ରୋଶନ ସାହୁ, ଗଜେନ୍ଦ୍ର ସେଠୀ, ଦିଗାମ୍ବର ନାଏକ, ବିବେକ ପଧାନ, ପ୍ରହଲ୍ଲାଦ ଦଣ୍ଡସେନାଙ୍କ ସବେତ ତହଁକ କୁଟୁମର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.