କୁରସୁଡ ଗ୍ରାମରେ ୨୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁରସୁଡ ଗ୍ରାମର ଖେଳପଡ଼ିଆଠାରେ ନୀଳଚକ୍ର ଫୁଟବଲ କମିଟି ପକ୍ଷରୁ ୨୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସଙ୍ଗିତା ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶ୍ୱର ପାଢୀ ପୂଜା ଅର୍ଚ୍ଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ସାଂସଦଙ୍କ ଟିଟିଲାଗଡ଼ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପ୍ରତିନିଧି ତଥା ୮ନମ୍ବର ଜୋନ ବିଜେପି ସଭାପତି ନିମାଇଁ ଚରଣ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ରମାକାନ୍ତ ସିଂ ଭୋଇ ଯୋଗଦେଇଥିଲେ । ପ୍ରଥମ ଦିନରେ କଣ୍ଟାବାଞ୍ଜି ଓ ଖୋଲାନ ମଧ୍ୟରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିବା ବେଳେ କଣ୍ଟାବାଞ୍ଜି ୨-୦ ଗୋଳରେ ବିଜୟ ହୋଇଥିଲେ । କମିଟିର ସଭାପତି ସୁବୋଧ ବେହେରା, ସମ୍ପାଦକ କାହ୍ନା ବେହେରା, ଉପସଭାପତି ବିରଞ୍ଚି ବାଗ, ସହ ସମ୍ପାଦକ ଲଛମନ ଜାନି, ଖେଳ ପରିଚାଳକ ସ୍ୱାଗତ ବେହେରା, ସହ ପରିଚାଳକ ମୋହନ ସାହୁ, ସଙ୍କୀର୍ତ୍ତନ ଯାନି ଓ ସୁବ୍ରତ ନାଏକ ଖେଳ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ କମିଟିର କର୍ମକର୍ତ୍ତା ପ୍ରଦୀପ କୁମାର ବେହେରା, ଦେବାନନ୍ଦ ବେହେରା, କୁନା ସାହୁ, ବିକାଶ ପାଢି, ସନ୍ତୋଷ ବେହେରା, ଆନନ୍ଦ ବେହେରା, ନିରଞ୍ଜନ ମାଝୀ ଓ କୁଳମଣି ମାଝୀ ସହଯୋଗ କରିଥିଲେ । ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଚାଲିବ ବୋଳି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ।

Leave A Reply

Your email address will not be published.