ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ପମି ଡନସନାଙ୍କ ଏକମାତ୍ର ସୁକନ୍ୟା ସିଦ୍ଧି ସ୍ମରଣୀକା ମହାଲିଙ୍ଗ ବର୍ତ୍ତମାନ ଘେଁସ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ ଅଟନ୍ତି । ତାଙ୍କ ମା’ ସରଣ୍ଡାପାଲି ହାଇସ୍କୁଲର ଜଣେ ଶିକ୍ଷୟିତ୍ରୀ ଅଟନ୍ତି । ତାଙ୍କର ବାପା ମଧ୍ୟ ଜଣେ ଶିକ୍ଷକ ଥିଲେ । “ତୁଳସୀ ଦୁଇ ପତ୍ରରୁ ବାସିଲା ପରି” ସିଦ୍ଧି ତାଙ୍କର ନୃତ୍ୟରେ ଆଖପାଖ ଅଞ୍ଚଳରେ ଖ୍ୟାତିଲାଭ କରିଛନ୍ତି । ସେ ସଂକୀର୍ତ୍ତନ୍ୟରେ, ନୃତ୍ୟ ପ୍ରତିଯୋଗିତାରେ, କଂସ ଦରବାରରେ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସୁନାମ ଅର୍ଜନ କରିଛନ୍ତି । ପଢ଼ାରେ ଯେପରି ନିପୁଣ ଠିକ୍ ସେହିପରି ନୃତ୍ୟରେ ମଧ୍ୟ ନିପୁଣ ଅଟନ୍ତି । ତାଙ୍କୁ ଓଡିଶୀ ନୃତ୍ୟ ସବୁଠୁ ଭଲ ଲାଗେ ବୋଲି ସେ ନିଜେ ପ୍ରକାଶ କରିଛନ୍ତି । ତାଙ୍କୁ ସବୁବେଳେ ତାଙ୍କର ଜେଜେମା ଶୁଭକେଶି, ମାଉସି ସିମି, ରିନି ମାମୁଁ ଅଭିଳାଷ ଓ ମା’ ପମି ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ଜଣେ ଉଚ୍ଚକୋଟୀର ନୃତ୍ୟଶିଳ୍ପୀ ହେବା ପାଇଁ ମନସ୍ଥ କରିଛନ୍ତି ।