oum

ଆରମ୍ଭ ହେଲା ରାଜେନ୍ଦ୍ର, କଳାହାଣ୍ଡି ଓ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା

jsm

ଭୁବନେଶ୍ୱର : ଆରମ୍ଭ ହୋଇଛି ନୂଆ କରି ପ୍ରତିଷ୍ଠା ହୋଇଥିବା ରାଜ୍ୟର ୩ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା । ବଲାଙ୍ଗିରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରଫେସରମାନେ ଫେବ୍ରୁଆରୀ ୩ରୁ ୨୫ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଆବେଦନ ଲାଗି ଜଣେ ପ୍ରଫେସରଙ୍କର ଦେଶର କୌଣସି ବିଶ୍ବବିଦ୍ୟାଳୟ ତଥା ସମାନ ଯୋଗ୍ୟତା ଥିବା ଗବେଷଣା ଅନୁଷ୍ଠାନ, ଏକାଡେମିକ ସଂସ୍ଥାରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଅଧ୍ୟାପନା ସହ ପ୍ରଶାସନିକ ଦକ୍ଷତା ରହିଥିବା ନିହାତି ଦରକାର । ବିଶ୍ବବିଦ୍ୟାଳୟରେ ଅତି କମ୍‌ରେ ୧୦ ବର୍ଷ ଧରି ପ୍ରଫେସର ଭାବେ କାର୍ୟ୍ୟ କରିଥିବା ବ୍ୟକ୍ତିବିଶେଷ ଆବେଦନ କରିପାରିବେ । ଆବେଦନକାରୀଙ୍କ ବୟସ ମାର୍ଚ୍ଚ ପହିଲା ସୁଦ୍ଧା ସର୍ବାଧିକ ୬୩ ବର୍ଷ ହୋଇଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଆଶାୟୀ ପ୍ରଫେସରମାନେ ଫେବ୍ରୁଆରୀ ୨୫ ସୁଦ୍ଧା ଆବେଦନ କରିପାରିବେ ।

Leave A Reply

Your email address will not be published.