ବାଡି ଅଗଣାରେ କୁକୁଡ଼ା ପାଳନ ତାଲିମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାଶକ୍ତି ଫାଉଣ୍ଡେସନ ଓ ଏଲ୍ ଟି ମାଇଣ୍ଡ ଟ୍ରୀ ଆନୁକୁଲ୍ୟରେ ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତରେ କୁକୁଡ଼ା ପାଳନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଝିଟିକି, ବରତୁଣ୍ଡା, ମିଠାପାଲି, ଜାମସେଠ ଓ ଛିନ୍ଦେଇକେଲାର ପ୍ରାୟ ୩୦ରୁ ଅଧିକ ହିତାଧିକାରୀ ତାଲିମ ନେଇଥିଲେ । ତାଳିମ ଶିବିରରେ ଜାମସେଠ ପଞ୍ଚାୟତର ସରପଞ୍ଚ ଆର୍ତ୍ତତ୍ରାଣ ସାହୁ ପୌରହିତ୍ୟ କରିଥିଲେ । ମହାଶକ୍ତି ଫାଉଣ୍ଡେସନ ତରଫରୁ ପ୍ରାଣୀ ବିଶେଷଜ୍ଞ ବିରେନ୍ଦ୍ର ପ୍ରଧାନ, ରଘୁନାଥ ଆଚାରି ଓ ବ୍ଲକ ସଂଯୋଜକ ହାରାଧନ ବରିହା ତାଲିମ ପ୍ରଦାନ କରିଥିଲେ । ପବିତ୍ର ଭୋଇ, ଅଜିତ ପୁଟା, ନଟବର ପ୍ରଧାନ ଓ ସିଆରପି ପ୍ରମୁଖ ଥିଲେ । ଗ୍ରାମ ପଞ୍ଚାୟତରେ ପରିବେଶ ସଂରକ୍ଷଣ, ଜୀବନ ଜୀବିକା, ପୁଷ୍ଟିର ଉନ୍ନତି ପାଇଁ ଭାରତ ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି । ପାଇକମାଲ ବ୍ଲକ ସଂଯୋଜକ ହାରାଧନ ବରିହା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.