ରୋଟାରୀ ଇଷ୍ଟ ସୌଜନ୍ୟରେ ଦିବ୍ୟାଙ୍ଗମାନଙ୍କ ଶରୀରରେ କୃତ୍ରିମ ଅଙ୍ଗ
ପ୍ରତିରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟ (ରୋଟାରୀ ଜିଲ୍ଲା -୩୨୬୨) ସୌଜନ୍ୟରେ ସକ୍ଷମ -୭ ମାଗଣା କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର (ଖୋର୍ଦ୍ଧା) ସହାଭାଗିତାରେ ତଥା ସାମାଜିକ ସୁରକ୍ଷା ଓ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଜନମଙ୍ଗଳ ସମ୍ପନ୍ନ କାର୍ଯ୍ୟକ୍ରମ ଶିବିର ଆୟୋଜିତ ହୋଇଯାଇଛି । ଦୀର୍ଘ ୫ଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରୋଟାରୀ ସଭ୍ୟମାନେ ନିଜ ସ୍ୱାର୍ଥକୁ ପଛରେ ପକାଇ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି ଏବଂ ତାର ପ୍ରକୃଷ୍ଟ ଉଦାହରଣ ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟ ବୋଲି ସେ ଦର୍ଶାଇଛନ୍ତି । ଦୀର୍ଘ ଦିନ ଧରି ଏହି କ୍ଲଵ କୃତ୍ରିମ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ ଗ୍ରହଣ କରି ସମଗ୍ର ଓଡିଶାରେ ସର୍ବୋତ୍କୃଷ୍ଟ କ୍ଲଵ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମୁଖ୍ୟଅତିଥି ରୂପେ ଚିକିଟିର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗଦେଇ ଆସ୍ତି ବାଚକ ଚିନ୍ତାଧାରା ନେଇ ସାମାଜିକ ସ୍ତରରେ ଅବହେଳିତ ହୋଇ ରହିଯାଉଥିବା ଜନସାଧାରଣଙ୍କୁ ସାହାଯ୍ୟର ହାତ ବଢ଼ାଇ ଯଶସ୍ୱୀ ହେବା ଏବଂ ବିକଶିତ ଭାରତର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଆହ୍ୱାନ ଦେଇଥିଲେ । ରୋଟାରୀ କ୍ଲଵ ସଭ୍ୟମାନେ ଯେଉଁ ସବୁ ଜନହିତକର କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ ବୋଲି ଦ୍ୟାନ ସାମନ୍ତରାୟ ମତ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଯୋଗ ଦେଇ କ୍ଲଵର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । କ୍ଲର ସଭାପତି ଡ଼ଃ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ ର ଭିନ୍ନକ୍ଷମ ବିଭାଗ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ବିବରଣୀ ପ୍ରଦାନ କରି ରୋଟାରୀ ଇଷ୍ଟ ଆନୁକୂଲ୍ୟରେ ନୟାଗଡ, ସୁନ୍ଦରଗଡ଼, ବ୍ରହ୍ମପୁରଠାରେ କୃତ୍ରିମ ଅଙ୍ଗ ପ୍ରତିରୋପଣ ଶିବିର ଆୟୋଜିତ ହୋଇଛି । ବ୍ରହ୍ମପୁରଠାରେ ୫ଦିନ ଧରି ଚାଲିବାକୁ ଥିବା ଶିବିରରେ ୨୫୦ ଜଣ ଦିବ୍ୟାଙ୍ଗ ପଞ୍ଜୀକରଣ କରିଛନ୍ତି । ଆଗାମୀ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିଠାରେ ମଧ୍ୟ ଏହି ଶିବିର ଆୟୋଜନ ହେବ ବୋଲି ମତପ୍ରକାଶ ପାଇଛି । ପ୍ରାନ୍ତପାଳ ଝରଣା ପଣ୍ଡା, କ୍ଲବର ପ୍ରୋଜେକ୍ଟ ଚେୟାରମ୍ୟାନ ନାରସୁଜେନା ଉଦବୋଧନ ଦେଇଥିଲେ । କ୍ଲବର ନିର୍ବାଚିତ ସଭାପତି ହୃଷିକେଶ ପ୍ରଧାନ ସଭା ସଂଯୋଜନା କରିଥିବାବେଳେ ସମ୍ପାଦକ ଅଶ୍ୱିନୀ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲବର ପୂର୍ଵତନ ସଭାପତି ବୃନ୍ଦ ଏବଂ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମ ଦିନରେ ୧୧୦ ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇ ଅଙ୍ଗ ପ୍ରତିରୋପଣ କରାଯାଇଥିଲା ।

Leave A Reply

Your email address will not be published.