ସ୍ୱାଧୀନତା ଦିବସରେ କୃଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ : ଚାଷୀମାନେ ଭାରତର ମେରୁଦଣ୍ଡ

ନୂଆଦିଲ୍ଲୀ, (ପିଆଇବି) : ୭୯ତମ ସ୍ୱାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷକମାନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେମାନଙ୍କୁ ଦେଶର ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା ଯାତ୍ରାର ମେରୁଦଣ୍ଡ ବୋଲି କହିଥିଲେ । ସେ ମନେ ପକାଇଥିଲେ ଯେ ଉପନିବେଶବାଦୀ ଶାସନ କିପରି ଦେଶକୁ ଗରିବ କରିଦେଇଥିଲା, କିନ୍ତୁ କୃଷକମାନଙ୍କର ଅକ୍ଳାନ୍ତ ପ୍ରୟାସ ହିଁ ଭାରତର ଶସ୍ୟଭଣ୍ଡାର ପୂରଣ କରିଥିଲା ଏବଂ ଦେଶର ଖାଦ୍ୟ ସାର୍ବଭୌମତ୍ୱକୁ ସୁରକ୍ଷିତ କରିଥିଲା । ତାଙ୍କର ଅଭିଭାଷଣରେ ଭାରତୀୟ କୃଷିର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ସହିତ ହୃଦୟସ୍ପର୍ଶୀ କୃତଜ୍ଞତା ପ୍ରକାଶ କରିଥିଲେ ।
କୃଷକ – ଭାରତର ସମୃଦ୍ଧିର ମେରୁଦଣ୍ଡ
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତର ବର୍ଦ୍ଧିତ ଅର୍ଥନୀତି ସିଧାସଳଖ ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀମାନଙ୍କୁ ଲାଭ ପହଞ୍ଚାଉଛି । ଆଜି, ଭାରତ ଏହି ସଫଳତା ପାଇଛି :
ଦୁଗ୍ଧ, ଡାଲି ଏବଂ ପାଟ ଉତ୍ପାଦନରେ ବିଶ୍ୱ ସ୍ତରରେ ନମ୍ବର ୧
ଚାଉଳ, ଗହମ, କପା, ଫଳ ଏବଂ ପନିପରିବା କ୍ଷେତ୍ରରେ ନମ୍ବର ୨
କୃଷି ରପ୍ତାନି ବର୍ତ୍ତମାନ ଟ.୪ ଲକ୍ଷ କୋଟି ଅତିକ୍ରମ କରିଛି । ଆଞ୍ଚଳିକ ବ୍ୟବଧାନକୁ ଆହୁରି ପୂରଣ କରିବା ପାଇଁ, ପ୍ରଧାନମନ୍ତ୍ରୀ ୧୦୦ଟି ପଛୁଆ କୃଷି ଜିଲ୍ଲାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଧନ୍ୟ ଧାନ୍ୟ କୃଷି ଯୋଜନା ଘୋଷଣା କରିଛନ୍ତି ।
ତାଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରି ସେ ଘୋଷଣା କରିଛନ୍ତି : “କୃଷକ, ମତ୍ସ୍ୟଜୀବୀ ଏବଂ ପଶୁପାଳକଙ୍କ ପାଇଁ, ମୋଦୀ ସର୍ବଦା ସୁରକ୍ଷାର ପ୍ରାଚୀର ଭାବରେ ଠିଆ ହେବେ ।”
ସିନ୍ଧୁ ଜଳ ଚୁକ୍ତି – ଭାରତର ସ୍ୱାର୍ଥ ପ୍ରଥମ
ସିନ୍ଧୁ ଜଳ ଚୁକ୍ତିକୁ ଅନ୍ୟାୟ ବୋଲି କହି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଚୁକ୍ତିନାମା, ଏହାର ବର୍ତ୍ତମାନର ରୂପରେ, ଭାରତର ଚାଷୀମାନଙ୍କୁ କ୍ଷତି ପହଞ୍ଚାଇଛି । ସେ ଘୋଷଣା କରିଛନ୍ତି ଯେ ଭାରତ ଆଉ ଏପରି ଏକପାଖିଆ ବ୍ୟବସ୍ଥାକୁ ଗ୍ରହଣ କରିବ ନାହିଁ ଏବଂ ନିଜ କ୍ଷେତ ଏବଂ ଲୋକଙ୍କ ପାଇଁ ଜଳର ସଠିକ୍ ଅଂଶ ପୁନଃପ୍ରାପ୍ତ କରିବ ।
କୃଷି ସ୍ୱାବଲମ୍ବୀତା – ସାର ଏବଂ ଇନପୁଟ୍
ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଖାଦ୍ୟ ସୁରକ୍ଷାକୁ ଆମଦାନୀ ପାଇଁ ଅସୁରକ୍ଷିତ ଭାବରେ ଛଡ଼ାଯାଇପାରିବ ନାହିଁ । ସେ ସାର ଏବଂ ପ୍ରମୁଖ ଇନପୁଟ୍‌ର ଘରୋଇ ଉତ୍ପାଦନର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହା ନିଶ୍ଚିତ କରିବ ଯେ ଭାରତୀୟ ଚାଷୀମାନେ ସଶକ୍ତ ହେବେ ଏବଂ ଭାରତର କୃଷି ସ୍ୱାଧୀନ ଭାବରେ ବିକଶିତ ହେବ । ଏହା କେବଳ କୃଷକଙ୍କ କଲ୍ୟାଣ ପାଇଁ ନୁହେଁ ବରଂ ଦେଶର ଆର୍ଥିକ ସାର୍ବଭୌମତ୍ୱକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ଆମର ଯୋଜନା ଯୋଗୁଁ ଅଧିକ ଆତ୍ମବିଶ୍ୱାସୀ କୃଷକ :
ପ୍ରଧାନମନ୍ତ୍ରୀ ମୋଦୀ କୃଷକଙ୍କ ଶକ୍ତିକୁ ପ୍ରଶଂସା କରି କହିଛନ୍ତି ଯେ କ୍ଷୁଦ୍ର କୃଷକ, ପଶୁପାଳକ କିମ୍ବା ମତ୍ସ୍ୟଜୀବୀ ସମସ୍ତେ ଅନେକ ବିକାଶମୂଳକ ଯୋଜନାରେ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି, ବର୍ଷା ଜଳ ଅମଳ, ଜଳସେଚନ ପ୍ରକଳ୍ପ, ଗୁଣାତ୍ମକ ବିହନ ବଣ୍ଟନ ଏବଂ ଠିକ୍ ସମୟରେ ସାର ଯୋଗାଣ ଭଳି ପଦକ୍ଷେପ ସମଗ୍ର ଦେଶରେ କୃଷକଙ୍କ ଆତ୍ମବିଶ୍ୱାସ ବଢ଼ାଇଛି ।
କୃଷକଙ୍କ ସୁରକ୍ଷା ପାଇଁ ଏକ ପ୍ରାଚୀର
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନକୁ ଏକ ପ୍ରତିଶ୍ରୁତି ସହିତ ସମାପ୍ତ କରିଛନ୍ତି ଯାହା ସମଗ୍ର ଦେଶରେ ପ୍ରତିଫଳିତ ହୋଇଛି :
“ଭରତର ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବିଙ୍କ ସହିତ ସମ୍ପର୍କିତ ଯେକୌଣସି ଅହିତକର ନିତୀ ଆଗରେ ମୋଦୀ ପ୍ରାଚୀର ପରି ରହିଛି । ଭାରତ ଏହାର ଚାଷୀଙ୍କ ହିତ ସହିତ କୌଣସି ପ୍ରକାର ବୁଝାମଣା କରିବ ନାହିଁ ।‘‘

jittmm
Leave A Reply

Your email address will not be published.