ବଲାଙ୍ଗିର ଦୟାନନ୍ଦ ପ୍ଲେ-ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ୍‌ଠାରେ ଥିବା ଦୟାନନ୍ଦ ପ୍ଲେ- ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବରେ ବଲାଙ୍ଗିରର ପୂର୍ବତନ କ୍ରିକେଟର୍‌ ହରେଶ ଦାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଉତ୍ସବର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟନାରାୟଣ ମିଶ୍ର ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସ୍କୁଲର ଶିକ୍ଷୟିତ୍ରୀମାନେ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.