ଜିଲ୍ଲାସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ-୨୦୨୨’ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ତାଳବଣିଆ ସ୍ଥିତ କ୍ରୀଡା ବିଭାଗ ଅଧୀନ ଖେଳପଡିଆରେ ପୁରୀ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ୯୮ ଜଣ ପ୍ରତିଯୋଗୀଙ୍କୁ ନେଇ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଉତ୍ସାହ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରବିଶଙ୍କର ପ୍ରତିହାରି ଜିଲ୍ଲା ଆଥଲେଟିକ ଆସୋସିଏସନର ସଂପାଦକ, ଚନ୍ଦନ କୁମାର ସାହୁ ଜିଲ୍ଲା କ୍ରୀଡା ଅଧିକାରୀ ପୁରୀ, ଶକ୍ତିପାଦ ମିଶ୍ର ସଦସ୍ୟ ଶିଶୁ ମଙ୍ଗଳ ସମିତି ପ୍ରମୁଖ ଯୋଗ ଦେଇ ସମସ୍ତ କ୍ରୀଡା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନେ ୨୦୦ ମିଟର ଦୌଡ,୧୦୦ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, କ୍ୟାରମ, ଚେସ୍, ଫୁଟବଲ ଆଦି ଖେଳରେ ଅଂଶ ଗ୍ରହଣ କରିଥିଲେ ।

୨୦୦ମିଟର ଦୌଡ ପ୍ରତିଯୋଗିତାର ବାଳକ ବର୍ଗରେ କବିର ବେହେରା, ଆର ଅଜୟ, ସୂର୍ଯ୍ୟକାନ୍ତ ମଲ୍ଲିକ ଯଥାକ୍ରମେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ବାଳକ ବର୍ଗରେ ସ୍ମରିତ ରଂଜନ ମିଶ୍ର, ସୂର୍ଯ୍ୟକାନ୍ତ ମଲ୍ଲିକ, କବିର ବେହେରା ଓ ବାଳିକା ବର୍ଗରେ ନିଳାବତି ବେହେରା, ପୂଜା ବେହେରା, ଜ୍ୟୋସ୍ନା ଦାସ ଯଥାକ୍ରମେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିଲେ । ଲମ୍ବଡିଆଁ ବାଳକ ବିଭାଗରେ କବିର ବେହେରା, ସୀତାକାନ୍ତ ମହାରଣା, ଆଲୋକ ସିଂ ଓ ବାଳିକା ବିଭାଗରେ ନିଳାବତୀ, ଆରତୀ ମୁଁଣ୍ଡା, ନଳିନୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ଉଚ୍ଚ ଡିଆଁ ବାଳକ ବର୍ଗରେ କବିର ବେହେରା, ସନ୍ତୋଷ ପ୍ରଧାନ, ରାମ ସିଂ ଓ ବାଳିକା ବର୍ଗ ରେ ନିଲାବତୀ ବେହେରା, ଜ୍ୟୋତ୍ସ୍ନା ଦାସ, ଆରତୀ ମୁଣ୍ଡା ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କ୍ୟାରେମରେ ବାଳକ ବର୍ଗରେ ଅଜୟ ମଲିକ, ପପୁ ଭୋଳ, ସିଲୁ ପ୍ରଧାନ ଓ ବାଳିକା ବର୍ଗରେ ବିଷ୍ଣୁପ୍ରିୟା ମହାରଣା, ସସ୍ମିତା ସିଂ, ଆରତୀ ମୁଣ୍ଡା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚେସ ପ୍ରତିଯୋଗିତା ବାଳିକା ବର୍ଗରେ ଲକ୍ଷ୍ମୀପ୍ରିୟା ମହାରଣା, ଶୁଭଶ୍ରୀ ମଲ୍ଲିକ ଓ କାମିନୀ ମଲିକ ଓ ବାଳକ ବର୍ଗରେ ବିଶ୍ୱଜିତ ସେଠି, ଶାଶ୍ଵତ ରଞ୍ଜନ ମିଶ୍ର, ମଙ୍ଗରାଜ ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଫୁଟବଲ ଖେଳ ବାଳିକା ବର୍ଗରେ ଉତ୍କଳ ବାଳାଶ୍ରମ ଚମ୍ପିୟାନ ହୋଇଥିବା ବେଳେ ନୀଳାଚଳ ସେବା ପ୍ରତିଷ୍ଠାନ ରନର୍ସ ଅପ ହୋଇଥିଲେ । ସେହିପରି ବାଳକ ବର୍ଗରେ ନୀଳାଚଳ ସେବା ପ୍ରତିଷ୍ଠାନ ଚମ୍ପିୟାନ ହୋଇଥିବା ବେଳେ ଉତ୍କଳ ବାଳାଶ୍ରମ, ପୁରୀ ରନର୍ସ ଅପ ହୋଇଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମନୋଜ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.