ମୁରିବାହାଲ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଉଦ୍‌ଯାପିତ : ଫୁଟବଲରେ ପତ୍ରାପାଲି(କ) ଓ କ୍ରିକେଟରେ ସିରୋଲ ପଞ୍ଚାୟତ ବ୍ଲକ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ୫ଦିନ ଧରି ଚାଲିଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଆଜି ବୁଧବାର ଉ୍‌ଦଯାପିତ ହୋଇଯାଇଛି । ଏଥିରେ ହକି, ଫୁଟବଲ, ଭଲିବଲ୍, ଖୋ-ଖୋ, କବାଡି ଓ କ୍ରିକେଟ ଭଳି ଖେଳ ଅନୁଷ୍ଠିତ ହୋଇଥିଲା । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ସଭାପତିତ୍ୱରେ ତଥା ଓଏଲ୍‌ଏମ୍‌ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ରୀଡା ମହୋତ୍ସବର ଚମ୍ପିୟାନ ଦଳଗୁଡ଼ିକୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ବ୍ଲକ କ୍ରୀଡା ସମ୍ପାଦକ କୁବେରଲାଲ ବେହେରା, ପୂର୍ବ ବିଟାବନ୍ଧ ସରପଞ୍ଚ ଅଗସ୍ତି ବାଗ ଓ ଯୁବ ସାମ୍ବାଦିକ ଶଙ୍କର ଧଙ୍ଗଡାମାଝୀ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ପୁରୁଷ ଫୁଟବଲରେ ପତ୍ରାପାଲି(କ) ଚମ୍ପିୟାନ, ହଳଦୀ ରନର୍ସଅପ, ମହିଳା ଫୁଟବଲରେ ମୁରିବାହାଲ ଚମ୍ପିୟାନ, ସିରୋଲ ରନର୍ସଅପ୍, କ୍ରିକେଟରେ ସିରୋଲ ଚମ୍ପିୟାନ, ବାଙ୍କେଲ ରନର୍ସଅପ୍, ଖୋ-ଖୋରେ ପୁରୁଷ ମହିଳା ଉଭୟରେ ହଳଦୀ, ଭଲିବଲ ପୁରୁଷରେ ଗୁଡିଘାଟ ଓ ମହିଳାରେ ମୁରିବାହାଲ ଓ କବାଡି ପୁରୁଷ, ମହିଳା ଉଭୟରେ ମୁରିବହାଲ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ଏଥିରେ ବ୍ଲକ ଏପିଓ ବସନ୍ତ ବଳିଆର ସିଂ, ଡବ୍ଲୁଇଓ ଭୀମରାମ ମାଝୀ, ବିଆର୍‌ସି ଶ୍ରୀକାନ୍ତ ଜେନା, ସୌମ୍ୟରଞ୍ଜନ ଦେହୁରୀ, ରାଜ ସିଂ ବାବୁ, ପ୍ରତାପ ଗଡତ୍ୟା, ହରିହର ବାଗ ଓ ବ୍ଲକର ସମସ୍ତ ୩୨ଜଣ ଖେଳ ଶିକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମ ସହ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ବିପିଏମ୍ ଶ୍ରୀ ଦୀପ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.