jayashree

ପଲସଦା ହାଇସ୍କୁଲରେ କ୍ରୀଡା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ହାଇସ୍କୁଲ ମିନି ଷ୍ଟାଡିୟମଠାରେ ପଲସଦା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଖେଳରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲର ଅନେକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥେଲେଟିକ୍ ଏବଂ କଲଚରାଲ ପ୍ରୋଗ୍ରାମ ହୋଇଥିଲା । ପ୍ରଥମ ଦିନରେ ପବିତ୍ର ନୃସିଂହନାଥ ପୀଠରୁ ମଶାଲ ଆଣି ପଲସଦା ଗ୍ରାମ ପରିକ୍ରମା କରି ଷ୍ଟାଡିୟମ୍ ଆସି ଖେଳ ପଡ଼ିଆ ପରିକ୍ରମା କରିଥିଲେ । ସେଠାରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନିଲ କୁମାର ସିନା ମଶାଲ ସ୍ଥାପିତ କରି ଥିଲେ ଏବଂ ପତାକା ଉତ୍ତୋଳନ କରି ପ୍ରାରମ୍ଭିକ ଅଭି ଭାଷଣ ଦେଇଥିଲେ । ଏହା ପରେ ସମସ୍ତ ଖେଳ ଆରମ୍ଭ ହୋଇଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରୋଗ୍ରାମରେ ବହୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ପଲସଦା ସରପଞ୍ଚ ପଙ୍କଜ କୁମାର ସାହୁ, ସମ୍ମନୀୟ ଅତିଥି ଭାବରେ ପଲସଦା ପଞ୍ଚାୟତ ସମିତି ସଭ୍ୟ ମହେନ୍ଦ୍ର ସିଂ ବରିହା, ପଲସଦା ସମବାୟ ସମିତି ସମ୍ପାଦକ ହେମନ୍ତ କୁମାର ସାହୁ ଯୋଗ ଦେଇଥିଲେ । ଖେଳରେ ଦୁଇ ଜଣ ଖେଳ ଶିକ୍ଷୟିତ୍ରୀ ଶିବାନୀ କର୍ଣ୍ଣେଲ ଏବଂ ପଦ୍ଦମ୍ୱିନି ସାହୁ ଖେଳ ପରିଚାଳନା କରିଥିଲେ ତାଙ୍କୁ ଦୁଇ ଜଣ ଶିକ୍ଷୟିତ୍ରୀ ଜ୍ୟୋତର୍ମୟୀ ଭୋଇ, ପ୍ରତୀକ୍ଷା ସାହୁ ଏବଂ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ । ଦୁଇ ଦିନର ଧାରା ବିବରଣୀ ପ୍ରକାଶ କରିଥିଲେ ଶିକ୍ଷକ ଯତୀନ୍ଦ୍ର ଦୀପ । ଖାଦ୍ୟ ପରିବେଷଣ କରିଥିଲେ ଶିକ୍ଷକ ଧର୍ମେନ୍ଦ୍ର ସାହୁ ଏବଂ ଉଦ୍ଭବ ବରିହା । ମୁଖ୍ୟ ଅତିଥି ଏବଂ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ସଭା ଶେଷରେ ଶିକ୍ଷକ ଟେକରାଜ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସରପଞ୍ଚ ପଙ୍କଜ କୁମାର ସାହୁ ମଶାଲ ଲିଭେଇ ଦେଇ ପତାକା ଅବତରଣ କରି ପ୍ରଧାନ ଶିକ୍ଷକ ସୁନିଲ କୁମାର ସିନା ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ।

Leave A Reply

Your email address will not be published.