lika

ପୁରୁଣା ବ୍ରହ୍ମପୁରର ମା’ମଙ୍ଗଳା ଓଷାକୋଠି ସ୍ମୃତି ପରିଷଦର କୋଠିଶାଳ ଯାତ୍ରା ଉଦ୍‌ଯାପିତ

gbag

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ପୁରୁଣା ବ୍ରହ୍ମପୁର, ଖାସ୍ପା ସାହି ନୃସିଂହ ମନ୍ଦିର ଛକ ନିକଟରେ ଶ୍ରୀ ଶ୍ରୀ ମା’ମଙ୍ଗଳା ଓଷାକୋଠି ସ୍ମୃତି ପରିଷଦ ତରଫରୁ ଆୟୋଜିତ କୋଠିଶାଳ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ନିଖିଳ ଭାରତ ଆଇନଜୀବୀ ସଂଘ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସଂଜିତ କୁମାର ପାଣିଗ୍ରାହୀ, ସ୍ଥାନୀୟ କର୍ପୋରେଟର, ବିଜେଡି ନେତୃବୃନ୍ଦ ତଥା ସ୍ମୃତି ପରିଷଦର ସମସ୍ତ ନିର୍ବାହୀ କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ତଥା ଭକ୍ତମାନଙ୍କ ଗହଣରେ ରହି ମା’ଙ୍କ ଆର୍ଶ୍ରିବାଦ ଭିକ୍ଷା କରି, ଯାତ୍ରା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କଳାକାରମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ ।

babaa
Leave A Reply

Your email address will not be published.