ପ୍ରବଳ ବର୍ଷାରେ ଭୁଶୁଡିଲା କୋଠା : ଲାଇବ୍ରେରୀରେ ଥିବା ବହିଗୁଡିକ ନଷ୍ଟ

ବ୍ରହ୍ମପୁର : ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବ୍ରହ୍ମପୁର ସହରରେ ଏକ କୋଠା ଭୁଶୁଡି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ ହୋଇ ପଡିଛି । ସହରରେ ଥିବା ୧୦୯ ବର୍ଷର ପୁରୁଣା ଐତିହାସିକ ଆନ୍ଧ୍ର ମହିଳା ସମାଜ କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି । କୋଠାଟି ୧୯୧୨ ମସିହାରେ ସ୍ଥାପିତ ହୋଇଥିଲା । କୋଠାର ଲାଇବ୍ରେରୀରେ ଅନେକ ବହି ରହିଥିଲା । ଶନିବାର ବିଳମ୍ବିତ ରାତିରେ କୋଠା ଭୁଶୁଡି ଥିବା ସୂଚନା ମିଳିଛି । ଏହି ଅଘଟଣରେ କେହି ଆଘାତ ହୋଇନଥିବା ବେଳେ ବହି ଗୁଡିକ ନଷ୍ଟ ହୋଇଯାଇ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.