କୋସଲି ଡେରା ପାଟଣାଗଡ଼ ତରଫରୁ ହୋଲି କବିତା ଆସର

ପାଟଣାଗଡ଼, (ପୁ‌ସ୍ତମ ଯୁଆଡି) : କୋସଲି ସାହିତ୍ୟିକ ଅନୁଷ୍ଠାନ କୋସଲି ଡେରା ତରଫରୁ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ହୋଲି କବିତା ଆସର ହନୁମାନ ମନ୍ଦିର, ଗଣ୍ଡାମେଲ ଛକ ଘସିଏନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତ ବନ୍ଧୁ ବିଶ୍ୱାଳଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ଏହି ଆସରରେ ଆଖପାଖର କୋସଲି କବିମାନେ ଯୋଗଦେଇ ନିଜର କବିତା ପାଠ କରିବା ସହିତ ଆଗାମୀ ଜନଗଣନା ୨୦୨୧ରେ ମାତୃଭାଷା ସ୍ଥାନରେ କୋସଲି ଲେଖିବା ପାଇଁ ଆଲୋଚନା ହୋଇଥିଲା ।

ଏହି ଆସରକୁ ସନ୍ତୋଷ କୁମାର ଦାଶ, କ୍ଷୀରୋଦ୍ର କୁମାର ସାହୁ ଓ ଲାଲଚନ ବଗର୍ତ୍ତି ପରିଚାଳନା କରିଥିବା ବେଳେ ରାଜେଶ ଶର୍ମା, ପ୍ରହଲ୍ଲାଦ ସାହୁ, ତ୍ରିଲୋଚନ ଧରୁଆ, ପଞ୍ଚାନନ ଷାଣ୍ଢ, ପିଣ୍ଟୁ ମେହେର, ଶେଷଦେବ ପସାୟତ, ଦିଲିପ ଚାନ୍ଦ ଅଗ୍ରୱାଲ(ପିଣ୍ଟୁ) ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କବି ଶମ୍ଭୁ ପ୍ରସାଦ ଘିଭେଲା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.