କୋସଲ ରାଜ୍ୟ ଗଠନ ବିନା ପଶ୍ଚିମ ଓଡିଶା ଓ କେବିକେ ଅଞ୍ଚଳର ବିକାଶ ଅସମ୍ଭବ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୩ ଦଶକ ହେଲା କୋସଲ ରାଜ୍ୟ ଦାବୀ ହେଉଛି । ବିଶେଷ କରି ୧୯୯୮ ମସିହାରେ କୋସଲ ଏକତା ମଂଚ ଗଠନ ହେଲା ପରେ ଏହି ଆନ୍ଦୋଳନ ସଂଗଠିତ ରୂପ ନେଇଥିଲା । ୨୦୦୦ ମସିହାର ବ୍ରଜରାଜ ନଗର ମହାସମ୍ମିଳନୀ ପରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନ୍ଦୋଳନ ଓ ଦାବୀ ସଂପ୍ରସାରିତ ହେବାରେ ଲାଗିଛି । ପରେ ପରେ କୋସଲ ଦାବୀ ନେଇ ଅନେକ କାର୍ଯ୍ୟକ୍ରମ ହେଲା । ବିଭିନ୍ନ ସମୟରେ ଧରଣା, ବିକ୍ଷୋଭ, ରେଳ ରୋକ, ଜାତୀୟ ରାଜପଥ ଅବରୋଧ, ବିଧାନସଭା ଘେରାଓ, ରାଜଭବନ ଆଗରେ ଧାରଣ, ଦିଲ୍ଲୀରେ ବିକ୍ଷୋଭ ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ଓ ହଜାର ହଜାର ସଭା ସମିତି ହୋଇଛି । ଏଭଳିକି ପ୍ରଧାନମନ୍ତ୍ରୀଙ୍କ କୋଶଲାଞ୍ଚଳ ଗସ୍ତ ସମୟରେ ଅନେକ ଥର ପ୍ଲାକାର୍ଡ ମଧ୍ୟ ହୋଇଛି । ନିକଟ ଅତୀତରେ ସୋସିଆଲ ମିଡିଆରେ ସଂଯୁକ୍ତ ହୋଇ ଅନେକ ଯୁବକ ଭିନ୍ନ ଭିନ୍ନ ସଂଗଠନ ନାଁରେ କିଛି କିଛି କାର୍ଯ୍ୟକ୍ରମମାନ ମଧ୍ୟ କରୁଛନ୍ତି । ଆନ୍ଦୋଳନର ଜନାଧାର ବଢାଇବା ପାଇଁ ୨୦୧୩ ମସିହାରେ ଶତାଧିôକ ସାମାଜିକ/ସାଂସ୍କୃତିକ ସଂଗଠନ ଓ ଜାତି ସମାଜକୁ ନେଇ କୋସଲ ରାଜ୍ୟ ସମନ୍ୱୟ ସମିତି ଗଠନ ହୋଇଥିଲେ ଏବଂ ୨୦୧୩, ୨୦୧୪, ୨୦୧୫, ୨୦୧୬ ଓ ୨୦୧୮ ମସିହାରେ କୋଲ ମହାବନ୍ଦ ପାଳିତ ହୋଇଥିଲା । ଯଦ୍ୱାରା ଆନ୍ଦୋଳନର ସ୍ୱର ଦିଲ୍ଲୀ ଦରବାରକୁ ପହଞ୍ଚି ଥିଲା । ୧୯୩୬ ମସିହା ଓଡିଶା ରାଜ୍ୟ ଗଠନ ଓ ୧୯୪୮ ମସିହାର ଗଡଜାତ ମିଶ୍ରଣ ପରେ କୋଶଳାଞ୍ଚଳକୁ କ୍ରମାଗତ ଭାବରେ କରାଯାଇଥିବା ଉପେକ୍ଷା ଓ ଦେଖାଯାଉଥିବା ଉଗ୍ର ଆଞ୍ଚଳିକ ବୈଷମ୍ୟ ଫଳରେ ଏ ଅଂଚଳର ତଳିତଳାନ୍ତ ହୋଇଯାଇଛି । ଫଳରେ ଏ ଅଂଚଳର ଯୁବକ/ଛାତ୍ର, ଚାଷୀ, ଶ୍ରମିକ, ମହିଳା, ଶିଶୁ ଓ ବୁଦ୍ଧିଜୀବୀ ଗଭୀର ବିଷାଦରେ ରହିଛନ୍ତି । ଏଭଳି ସ୍ଥଳରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ ଛଡା ଅନ୍ୟ କିଛି ପଦକ୍ଷେପ ଏ ଅଂଚଳର ବିକାଶ କରିପାରିବ ନାହିଁ । ତେଣୁ ତଥା କଥିତ ପଶ୍ଚିମ ଓଡିଶା ଓ କେବିକେ ଅଂଚଳର ଜନସାଧାରଣ ଦଳ, ମତ, ଗୋଷ୍ଠୀ ଓ ସଂଗଠନରୁ ଉଦ୍ଧ୍ୱର୍କୁ ଆସି ସଂଯୁକ୍ତ ଭାବରେ କୋସଳ ଆନ୍ଦୋଳନକୁ ଜୋରଦାର କରନ୍ତୁ ବୋଲି ବିଶିଷ୍ଟ କୋସଲବାଦୀ ନେତା ପ୍ରମୋଦ ମିଶ୍ର ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.