oom

କୋଶଳାଞ୍ଚଳରେ କୋସଲି ଭାଷାରେ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ହେଉ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ଠାରେ ଅଭିଭାବକ ମଂଚ ବଲାଙ୍ଗିରର ଏକ ବିଶେଷ ଅଧିବେଶନ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଆରମ୍ଭ କରି ଉପ-ସଭାପତି ପ୍ରଶନ୍ନ କୁମାର ମିଶ୍ର ସୂଚନା ଦେଲେ ଯେ ଗତ ୧୧.୦୩.୨୦୨୧ରେ ବିହାରର ଶିକ୍ଷାମନ୍ତ୍ରୀ ବିଜୟ କୁମାର ଚୈାଧୁରୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆଂଚଳିକ ଭାଷାରେ ଶିକ୍ଷାଦାନ ଦିଆଯିବା ପାଇଁ ଘୋଷଣା କରିଛନ୍ତି । ଫଳରେ ଭୋଜପୁରୀ, ମୈଥିଲି, ମଗହି, ଅଙ୍ଗିକା, ବଜ୍ଜିକା ସମେତ ଅନ୍ୟାନ୍ୟ ଭାଷାଭାଷୀର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ । ପୁନଶ୍ଚ ଗତ ତା.୨୨.୦୩.୨୦୨୧ ଓଡିଶା ରାଜ୍ୟ କ୍ୟାବିନେଟରେ ୯ଟି ଜିଲ୍ଲାର ୧୦ ପ୍ରକାର ଆଦିବାସୀ ଭାଷାରେ ଠିକା ଭିତ୍ତିରେ ୨୦୦୮ରୁ ନିଯୁକ୍ତ ୧୦୦ଜଣ ଭାଷା ଶିକ୍ଷକଙ୍କ ନିୟମିତକରଣ କରାଯାଇଥିବା ଘୋଷଣା କରାଯାଇଛି । ଅଭିଭାବକ ମଂଚ ଏ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ କୋଶଳାଂଚଳରେ ଆଗାମୀ ଜୁନ ପହିଲାରୁ କୋସଲି ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି । ମଂଚର ଦ୍ୱିତୀୟ ଅଧିବେଶନରେ କୋଶଲି ଭାଷାର ଅସ୍ମିତା ଉପରେ ବକ୍ତା ନବଘନ ଦାଶ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଓ.ପି.ଜିନ୍ଦଲ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ଜୟ ପ୍ରକାଶ ରଥଙ୍କୁ ତାଙ୍କ ହିନ୍ଦି କବିତା ପୁସ୍ତକ ପ୍ରତିବିମ୍ବ ପାଇଁ ମୁଖ୍ୟ ଅତିଥି ପୁନାର ବିଶିଷ୍ଟ ଆଇ.ଟି ଅଫିସର ଦେବାଶିଷ ପଣ୍ଡା ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିିତ କରିଥିଲେ ଏବଂ ଅଞ୍ଚଳର ବିଶିଷ୍ଟ କବି ଦିବାକର ହୋତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ମାନପତ୍ର ପ୍ରଦାନ କରିଥିଲେ । ଶ୍ରଦ୍ଧାକର କମ୍ପ, ପ୍ରତ୍ୟୁଷା ରଥ, ହରେକୃଷ୍ଣ ପଟେଲ, ଧିରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଭ୍ୟ ଛବିଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.