om academy

ହାଇଦ୍ରାବାଦକୁ ୧୦ରନରେ ହରାଇ କୋଲକାତାର ବିଜୟ ଅଭିଯାନ ଆରମ୍ଭ

jsm

ଚେନ୍ନାଇ : ଗତକାଲି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ଦଳ ପ୍ରାରମ୍ଭରୁ ସତର୍କତାର ସହ ଖେଳ ଆରମ୍ଭ କରିଥିଲା । ଦଳର ଓପନର ନୀତିଶ ରାଣା ସର୍ବାଧିକ ୮୦ ରନ କରିଥିବାବେଳେ ୩ ନମ୍ବରରେ ଆସିଥିବା ରାହୁଲ ତ୍ରିପାଠୀ ୫୩ ରନ କରିଥିଲେ । ମାତ୍ର ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳୀୟ ସ୍କୋର ଗତି ଟିକିଏ ଧିମେଇ ଯାଇଥିଲା । କିନ୍ତୁ ଦିନେଶ କାର୍ତ୍ତିକ ମାତ୍ର ୯ ଟି ବଲରେ ୨୨ ରନ କରି ଦଳୀୟ ସ୍କୋରକୁ ୨୦ ଓଭରରେ ୧୮୭ ପର୍ୟ୍ୟନ୍ତ ପହଞ୍ଚାଇଥିଲେ । ହାଇଦ୍ରାବାଦ ପକ୍ଷରୁ ଦୁଇ ଆଫଗାନ ବୋଲର ରସିଦ ଓ ନବୀ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ । ୧୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୫ ଉଇକେଟ୍ ହରାଇ ୧୭୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ବ୍ୟାଟିଂ ଆରମ୍ଭ କରିବା ପରେ ଦୁଇ ଓପନର ରିଦ୍ଧିମାନ୍ ଶାହା ଓ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଯଥାକ୍ରମେ ୭ ଓ ୩ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ମନୀଷ ପାଣ୍ଡେ (୬୧ ଅପରାଜିତ) ଓ ଜନି ବେୟାରଷ୍ଟୋ (୪୦ ବଲରୁ ୫୫ ରନ୍) କ୍ରିଜରେ ରହି ଦଳର ବ୍ୟାଟିଂ ସମ୍ଭାଳି ଥିଲେ । ବେୟାରଷ୍ଟୋ ଆଉଟ୍ ହେବା ପରେ ମହମ୍ମଦ ନବୀ (୧୪), ବିଜୟ ଶଙ୍କର( ୧୧) ବ୍ୟାଟିଂ କରିବାକୁ ଆସି ସହଳ ବିଦାୟ ନେଇଥିଲେ । ଏହାପରେ ଅବ୍ଦୁଲ୍ ସମଦ ( ୮ବଲରେ ୧୯ ରନ୍) ଆସି ବଡ଼ ସଟ୍ ଜରିଆରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.