ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ଼-୧୯ ନଲେଜ୍‌ ହବ୍‌’ ଆସନ୍ତା ୨୩ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ଼-୧୯ ନଲେଜ୍‌ ହବ୍‌’ ଆସନ୍ତା ୨୩ ତାରିଖ ସଂଧ୍ୟା ୫ଟା ସମୟରେ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେସ୍‌ବୁକ୍‌ ଲାଇଭ୍‌, ଟ୍ୟୁଟିର୍‌ ଲାଇଭ୍‌ ତଥା ୟୁଟ୍ୟୁବ୍‌ ଲାଇଭ୍‌ରେ ଏହା ଉପଲବ୍ଧ ହୋଇପାରିବ । ବଲାଙ୍ଗିର ଜିଲ୍ଲା ପାଇଁ ଏହି ଲାଇଭ୍‌ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନଲେଜ୍‌ ହବ୍‌ର ଶୀର୍ଷକ ରହିଛି ‘ମେନେଜମେଣ୍ଟ ଅଫ୍‌ କୋଭିଡ଼-୧୯ (୨ୟ ୱେବ୍‌) । ଏଥିରେ ଟିବି ଓ ଚେଷ୍ଟ ସ୍ପେସିଆଲିଷ୍ଟ ଡ. ଗିରିଜା ଶଙ୍କର ଉଦ୍‌ଗାତା ଏବଂ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଯୋଗଦାନ କରିବେ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.