ତୁରେକେଲା ବ୍ଲକରେ କିସ୍‌ ଛାତ୍ରୀଛ୍ରାଙ୍କୁ ପାଠ୍ୟପୁସ୍ତକ, ପୋଷାକ, ଶୁଖିଲା ଖାଦ୍ୟ ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ଗୋଟି ବିଭିନ୍ନ ପଂଚାୟତରେ ଭୁବନେଶ୍ୱର କିସ୍‌ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ, ପୋଷାକ, ଶୁଖିଲା ଖାଦ୍ୟ ରବିବାର ଦିନ କଂଟାବାଂଜିଠାରେ ବଂଟନ କରାଯାଇଛି । କିସ୍‌ ଓ କିଟ୍‌ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀ ସମୟରେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ଯେଭିଳି କୌଣସି ପ୍ରକାର ଅଭାବ ଅସୁବିଧା ଦେଖା ନଦେବ, ସେଥିପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଦୀର୍ଘ ଦିନ ହେଲା ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ନିଜ ନିଜ ଗାଁରେ ରହି ଶିକ୍ଷାନୁଷ୍ଠାନର ସମସ୍ତ ସୁବିଧା ଯେପରି ସହଜରେ ପାଇପାରିବେ, ସେହି ଉଦ୍ଦେଶ୍ୟ ନେଇ ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକକୁ ସହଯୋଗ ସାମଗ୍ରୀ ଯୋଗାଇ ଦିଆଯାଇଛି । ତୁରେକେଲା ବ୍ଲକର ୧୧୫ ଗୋଟି ଛାତ୍ରୀଛାତ୍ର ମାନଙ୍କୁ ସାମଗ୍ରୀ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସାନିଟାଇଜର, ବିସ୍କୁଟ, ଚୁଡା, ଚାଉଳ, ଚିନି, ଦ୍ୱିତୀୟ ପର୍ଯ୍ୟାୟରେ ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ, ସାନିଟାଇଜର, ତୃତୀୟ ପର୍ଯ୍ୟାୟରେ ଟି-ସାର୍ଟ, ପୋଷାକ, ଶୁଖିଲା ଖାଦ୍ୟ, ଚତୁର୍ଥ ପର୍ଯ୍ୟାୟରେ ଡ୍ରେସ, ଶୁଖିଲା ଖାଦ୍ୟ, ପଂଚମ ପର୍ଯ୍ୟାୟରେ ପ୍ଲସ ଟୁ, ପ୍ଲସ ଥ୍ରୀ ପିଲାଙ୍କ ପାଠ୍ୟପୁସ୍ତକ, ଷଷ୍ଠ ପର୍ଯ୍ୟାୟରେ ଆଦର୍ଶ ପ୍ରଶ୍ନପତ୍ର ସହ ସମସ୍ତ ଉପକରଣ ବଂଟନ କରାଯାଇଛି । କିସ୍‌ ଶିକ୍ଷାନୁଷ୍ଠାନର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହା ବଂଟନ କରାଯାଇଛି । ଏହି ଅବସରରେ ତୁରେକେଲା ବ୍ଲକ ଆଦିବାସୀ ସଂଘ ସଭାପତି ଚୌବନ କିଶୋର ମାଝି, ଧାମନଡଙ୍ଗା ପଂଚାୟତ ସମିତି ସଭ୍ୟା ଖେଲନ୍ତି ସମରଥଙ୍କ ନେତୃତ୍ୱରେ ସମସ୍ତ ଉପକରଣ ବଂଟନ କରାଯାଇଛି ।

Leave A Reply

Your email address will not be published.