oom

ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସର ବ୍ଲକ ଅଧ୍ୟକ୍ଷଙ୍କ ନାମ ଘୋଷଣା

jsmm

ବଲାଙ୍ଗିର,(ଦେବାଶିଷ ମିଶ୍ର): ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସର ପ୍ରସ୍ତାବ କ୍ରମେ ଜିଲ୍ଲା କିଶାନ କଂଗ୍ରେସର ବ୍ଲକ ଅଧ୍ୟକ୍ଷମାନଙ୍କ ନାମ ଘୋଷଣା କରିଛି । ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର ବିଭିନ୍ନ ବ୍ଲକର ଅଧ୍ୟକ୍ଷ ରୁପେ ନୂତନ କର୍ମକର୍ତ୍ତାଙ୍କ ନାମ ସୁପାରିଶ କରିଥିଲେ । ଆଜି ଓଡିଶା ପ୍ରଦେଶ କିଶାନ କଂଗ୍ରେସର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସଦର ବ୍ଲକ ପାଇଁ ବିଶ୍ୱଜିତ ନାଥ, ଦେଓଗାଁ ପାଇଁ ପ୍ରଦ୍ୟୁମ୍ନ ସାହୁ, ତୁରେକେଲା ପାଇଁ ହେମନ୍ତ ସାହୁ, ବଙ୍ଗୋମୁଣ୍ଡା ପାଇଁ ପ୍ରଦୀପ ମିଶ୍ର, ମୁରିବାହାଲ ପାଇଁ ଗିରିଧାରୀ ସାହୁ, ସଇଁନ୍ତଲା ପାଇଁ ଉତ୍ତମ ପଟେଲ, ଟିଟିଲାଗଡ ପାଇଁ ଆଦିକନ୍ଦ ପୋଡ, ଗୁଡଭେଲା ପାଇଁ ଘନଶ୍ୟାମ ପ୍ରଧାନୀ, ପାଟଣାଗଡ ପାଇଁ ହେମବନ୍ତ ସେଠ, ଖପ୍ରାଖୋଲ ପାଇଁ ହୃଷି ନାଗ, ବେଲପଡା ପାଇଁ ବମାୟାଧର ସାହୁ, ପୁଇଁନ୍ତଲା ପାଇଁ ସରୋଜ ପ୍ରଧାନ, ଆଗଲପୁର ପାଇଁ ଅଶୋକ ପଟେଲ, ଲୋଇସିଂହା ପାଇଁ ସାନ୍ତନୁ ସିଂହଙ୍କ ନିଯୁକ୍ତ କରାଯାଇଥିବା ସୂଚନା ରହିଛି । ତେବେ ଖୁବ ଶିଘ୍ର ଜିଲ୍ଲାରେ କୃଷକ ସଂଗଠନକୁ ପଂଚାୟତ ସ୍ତରରେ ସୁଦୃଢ କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ବିଭିନ୍ନ ·ଷୀ ମାରଣ ନୀତି ବିରୁଦ୍ଧରେ ପ୍ରତିବାଦ କରି ·ଷୀଙ୍କୁ ସେମାନଙ୍କ ହକ୍‌ ପୁରଣ ପର୍ଯ୍ୟନ୍ତ କିଶାନ କଂଗ୍ରେସ ଆନ୍ଦୋଳନକୁ ଦୁର୍ବାର କରିବ ବୋଲି ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ମିଶ୍ର ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.