jayashree

କିରାବାହାଲ ଗାଁରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତ କିରାବାହାଲକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଖଲିଆପାଲି ପଂଚାୟତର ପ୍ରତ୍ୟେକ ଗାଁ ସାଙ୍ଗରେ ମୋର ଭାବଗତ ସମ୍ପର୍କ ଅଛି । ବିଶେଷ କରି ଏହି ପଂଚାୟତ ଅନ୍ତର୍ଗତ କିରାବାହାଲ ଗାଁ କୁ ମୁଁ ଛୋଟ ଦିନରୁ ଆକର୍ଷିତ ହୋଇ ଏଠାରେ ହେଉଥିବା ବିଭିନ୍ନ ଯାନିଯାତ୍ରା ଆଜି ପର୍ଯ୍ୟନ୍ତ ସାମିଲ ହେଉଛି । ତେଣୁ ଗତ ସାଢେ ୯ ବର୍ଷରେ ଏ ପଂଚାୟତ ଅନ୍ତର୍ଗତ ପ୍ରାୟତଃ ଗାଁର ଲୋକଙ୍କ ଦାବି ମୁତାବକ ସମସ୍ୟା ଦିଗରେ ସେ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ମଧ୍ୟ ଯାହାକିଛି ଛୋଟ ବଡ ସମସ୍ୟା ବାକି ରହିଯାଇଛି ସେ ସବୁ ଗୁଡିକର ସମାଧାନ ଆଗାମୀ ନିର୍ବାଚନ ପୂର୍ବରୁ ସୁନିଶ୍ଚିତ କରାଯିବ ବୋଲ ଲୋକମାନଙ୍କର ସମସ୍ୟା ଶୁଣି ବିଧାୟକ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଗାଁରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବିଶେଷ କରି ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତା ଯେପରି ପ୍ରତ୍ୟେକ ହିତାଧିକାରୀ ଠିକ୍‌ ଠିକ୍‌ ପାଇପାରିବେ ସେ ଦିଗରେ ତତ୍ପରତା ସହ ପଦକ୍ଷେପ ନିଆଯିବ । ଅନେକ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଂଚିତ ହେଉଛନ୍ତି । ଏହା ପାଇଁ ସ୍ୱତନ୍ତ୍ର ଭାବେ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଏ ପଂଚାୟତକୁ ପଠାଇ ତା’ର ଏକ ସବିଶେଷ ରିପୋର୍ଟ ତିଆରି କରି ହିତାଧିକାରୀମାନେ ରାସନକାର୍ଡ କିପରି ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରି ମିଶ୍ର କହିଛନ୍ତି । ଏହି ବୈଠକରେ କୃଷି ଓ ଜଳସେଚନକୁ ନେଇ ମଧ୍ୟ ଗାଁ ଲୋକେ ବିଭିନ୍ନ ଦାବି କରିଥିଲେ । ଛତାମଖନା କିରାବାହାଲ ସୁକତେଲ ନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜ ଓ ଯୁଧିଷ୍ଠିର ମିଶ୍ର ସେତୁ ଅଂଚଳକୁ ଅନେକ ଲୋକ ସହର ମଧ୍ୟରୁ ଭ୍ରମଣ କରିବା ପାଇଁ ଆସୁଛନ୍ତି । ଏଣୁ ଏ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତ ଯେପରି ନ ଉପୁଜିବ, ଲୋକେ ଶାନ୍ତିରେ ଏ ଅଂଚଳରେ ବୁଲି ପାରିବେ ସେ ଦିଗରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ସେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ତା’ ସହ କିରାବାହାଲ ଅଂଚଳରେ ପର୍ଯ୍ୟାପ୍ତ ପରିମାଣରେ ଆଲୋକୀକରଣ କରିବା ପାଇଁ ଦୁଇଟି ହାଇମଷ୍ଟ ଲାଇଟ ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଯୁଧିଷ୍ଟିର ମିଶ୍ର ସେତୁ ଉପରେ ଲୋକମାନଙ୍କ ସହ ଆଲୋଚନା ବେଳେ ସେଠାରେ ନିର୍ମାଣଧିନ ବ୍ୟାରେଜର ପ୍ରକଳ୍ପ ଯନ୍ତ୍ରୀକୁ ଡାକି ସେତୁ ଅଂଚଳରେ ଅନ୍ଧାର ଯୋଗୁଁ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜିବ ତାକୁ ପ୍ରତିକାର କରିବା ପାଇଁ କିଛି ଲାଇଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ସମସ୍ତ ଆଲୋଚନା ବେଳେ ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ସତ୍ୟନାରାୟଣ ମହାକୁର, ଯୁବନେତା ଶୁଭ୍ରାଂଶୁ ପଣ୍ଡା, ବାଲଗୋପାଳ ମହାକୁର, ଧନୁ ସିଂହ, ସକମା ସରପଂଚ ଉଗ୍ରସେନ ବରାଡ, ଟୁନୁ କରନ, ଦେବ ପ୍ରଧାନ, କାହ୍ନୁ ପଟେଲ, ଦୁର୍ଯ୍ୟୋଧନ ବଗର୍ତ୍ତିଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.