କିଟ୍ ବିଶ୍ୱବିଦ୍ୟାଳୟ ବିରୋଧରେ ଏବିଭିପିର ବିକ୍ଷୋଭ

  • କିଟ୍ ଛାତ୍ରଛାତୀଙ୍କ ଉପରେ ଅତ୍ୟାଚାର, ଏବିଭିପିର ବିକ୍ଷୋଭ
  • ନେପାଳି ବିଦ୍ୟାର୍ଥୀଙ୍କୁ ଅତ୍ୟାଚାର ବିରୋଧରେ ବିକ୍ଷୋଭ
  • ନେପାଲୀ ଛାତ୍ରୀ ଆତ୍ମହତ୍ୟା ଘଟଣା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବିଭିପିର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏବିଭିପି ତରଫରୁ ଭୁବନେଶ୍ଵରର ଘରୋଇ ଅନୁଷ୍ଠାନ କିଟ୍ ବିଶ୍ୱବିଦ୍ୟାଳୟରେ ଯେଉଁ ଭଳି ଭାବରେ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ଅମାନୁସିକ ଅତ୍ୟାଚାର କରାଯାଇଛି । ତାର ପ୍ରତିବାଦରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ଶିକ୍ଷା ଅନୁଷ୍ଠାନର ମାଲିକ ଅଚ୍ୟୁତ ସାମନ୍ତକୁ ତୁରନ୍ତ ଗିରଫ କରି ଶିକ୍ଷାନୁଷ୍ଠାନକୁ ସିଲ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବି କରାଯାଇଛି । କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍‌ରେ ଗତ ରବିବାର ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକୃିତି ଲାମ୍‌ସଲ୍ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ନେପାଳୀ ଛାତ୍ରମାନେ ବିରୋଧ କରିବା ପରେ ସେମାନଙ୍କୁ ମାଡ଼ମାରି ବିଶ୍ୱବିଦ୍ୟାଳୟ ପରିସରରୁ ବାହାର କରିଦିଆଯିବା ଘଟଣାକୁ ନେଇ ସାରା ରାଜ୍ୟରେ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରୁଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଶୁକ୍ରବାର କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହକରି ବିକ୍ଷୋଭ ପ୍ରଦର୍ଶନ କରିଛି ବଲାଙ୍ଗିର ଏବିଭିପି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯ୍ୟାତନା ଦେଉଥିବା ପ୍ରତିବାଦରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରିଛନ୍ତି । ଏହି ବିକ୍ଷୋଭରେ ବଲାଙ୍ଗିର ବିଭାଗ ସଂଯୋଜକ ସ୍ୱରାଜ ପୁରୋହିତ ନେତୃତ୍ୱ ନେଉଥିବା ବେଳେ ଏଥିରେ ଜିଲ୍ଲା ସଂଯୋଜକ ଉତ୍ତମ ବରାଡ, ନଗର ସମ୍ପାଦକ ତେଜରାଜ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆୟୁଷ ଯୋଶୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.