oom

ବିଷ୍ଣୁମୁଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧ ମୃତ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ କଲେ ମୃତକଙ୍କ ପରିବାର ଲୋକେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଷ୍ଣୁମୁଣ୍ଡା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲି ଯାଇଛି । ଆଉ ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ବିଷ୍ଣୁମୁଣ୍ଡା ଠାରେ ରାସ୍ତାରୋକ କରିଛନ୍ତି । ମୃତକ ଜଣକ ବିଷ୍ଣୁମୁଣ୍ଡାର ଗଣେଶ୍ୱର ସୁନା (୭୨) ବର୍ଷର ହୋଇଥିବା ବେଳେ ଆଜି ସକାଳ ୯ଟା ପାଖାପାଖି ନିକଟସ୍ଥ ଏକ ଦୋକାନକୁ କିଣିବାକୁ ଯାଉଥିବା ବେଳେ କଦମପଡ଼ାର ୨୨ ବର୍ଷର ଆକାଶ ନାଗ ନାମକ ଜଣେ ଯୁବକ ଆର୍‌ ୱାନ ଫାଇଭ୍‌ ଗାଡ଼ିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗଣେଶ୍ୱର ଗୁରୁତର ହୋଇଯାଇଥିବା ବେଳେ ପରିବାରେ ଲୋକେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲକୁ ଆଣିଥିଲେ । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ମୃତକଙ୍କ ପରିବାର ଲୋକେ ଉତ୍ୟକ୍ତ ହୋଇ ବିଷ୍ଣୁମୁଣ୍ଡା ଠାରେ କ୍ଷତି ପୂରଣ ଦାବୀରେ ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ପୋଲିସକୁ ଖବର ଦେଲା ପରେ ମଧ୍ୟ ପୋଲିସ ପହଂଚି ନଥିବା ସେମାନେ ଅଭିଯୋଗ କରିଛନ୍ତି । ରାସ୍ତାରୋକକୁ ନେଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ନଜରକୁ ଆସିଛି ।

jittmm
Leave A Reply

Your email address will not be published.