ଖୁସି ଖବର : ଆଜି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନେକ ଦିନ କରୋନାର ଦ୍ୱିତୀୟ ଲହର ନିଜର୍‌ ସ୍ଥିତି ଜାହିର୍‌ କରି ଆସିଥିବା ବେଳେ ଆଜି ଏକ ଖୁସି ଖବର ଆସିଛି । ରାଜ୍ୟ ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶୂନ୍ୟ ରହିଛି । କରୋନା ସଂକ୍ରମଣ ଯୋଗୁଁ ଏଇ ମାଟି ଅନେକ ଦୁଃଖ, ଅନେକ କ୍ଷତିର ସମ୍ମୁଖୀନ ହୋଇ ସାରିଥିବା ବେଳେ ଅନେକ ଚିହ୍ନାମୁହଁଙ୍କୁ ମଧ୍ୟ ହରାଇ ସାରିଛି । କିଛି ଦିନ ହେଲା ଆସ୍ତେ ଆସ୍ତେ ଜିଲ୍ଲାରେ ଖସିଛି ସଂକ୍ରମଣ । ଆଜି କିନ୍ତୁ ଶୂନ୍ୟରେ ପହଂଚିଛି । ତଥାପି ଏଥିରେ ଅଧିକ ଉତ୍ସାହିତ ନ ହୋଇ କରୋନା କଟକଣାକୁ ମାନି ଚଳିବା ଏକାନ୍ତ ଆବଶ୍ୟକ । କାରଣ ଆଗାମୀ ସମୟରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନାକୁ ନେଇ ବାରମ୍ବାର ତାଗିଦ୍‌ କରି ଆସୁଛନ୍ତି ବିଶେଷଜ୍ଞମାନେ । ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର୍‌ ବ୍ୟବହାର ସହ ବାରମ୍ବାର ହାତ ଧୋଇବା, ମାସ୍କ ବ୍ୟବହାର କରିବା ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ।

Leave A Reply

Your email address will not be published.