ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର : ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବରରୁ ମିଳିବ ଚାଉଳ ସହ ଗହମ । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ କରିଛି ଚିଠି । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ । ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ଦେବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ କଥା ହୋଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବ ସରକାର ଗହମ କଥା ମନା କରିଦେଇଥିଲେ । କେନ୍ଦ୍ର ସରକାର ଏବେ ନିର୍ଦ୍ଦେଶ ଜାରୀ କରିଛନ୍ତି । ମୁଣ୍ଡ ପିଛା ଏକ ପଞ୍ଚମାଂଶ ମଳିବ ଗହମ । ଅର୍ଥାତ ଜଣେ ହିତାଧିକାରୀଙ୍କୁ ୨୦ ପ୍ରତିଶତ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଅଧିକ ରହିଛି । ପ୍ରକ୍ରିୟା ଚାଲିଛି, ପରେ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ଚଳିତ ବିଧାନସଭାରେ କହିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବୀ ସେ ରଖିଥିଲେ । ତେବେ ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିବା ଗହମକୁ ବନ୍ଦ କରି ଦେଇଥିଲେ ପୂର୍ବ ସରକାର । ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁ ଦାବୀ କରାଯିବା ପରେ ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା । ତେବେ ଦଶହରା ପୂଜା ଅବସରରେ ଓଡ଼ିଶାର ନୂଆ ସରକାର ଆଣିଛନ୍ତି, ଲୋକଙ୍କ ପାଇଁ ଏହି ଖୁସି ଖବର ।

Leave A Reply

Your email address will not be published.