
ସୋନପୁର, (କେପିଏନ୍ଏସ୍) : ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ର ଚତୁର୍ଥ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗରେ ଅନୁଷ୍ଠିତ ଆଜିର ଏହି ଟର୍ଣ୍ଣାମେଣ୍ଟକୁ ଅତିଥି ଭାବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଭେଟରାନ ଫୁଟବଲ ଖେଳାଳୀ ତଥା ବିନିକା ଏନ୍ ଏ ସି ର ପ୍ରାକ୍ତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶାରାମ ନାଏକ, ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡାର ସଭାପତି ଶୟଦ୍ ଅଲିମୁଲ୍ ଇସଲାମ ଯୋଗ ଦେଇ ମ୍ୟାଚ୍କୁ ଉଦଘାଟନ କରି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବାବେଳେ ଆଜିର ପ୍ରଥମ ମ୍ୟାଚ୍ ବି ୍ଏସ୍ ଏ ଉଲୁଣ୍ଡା ଓ ରାମ ଧୂନ୍ ବି ମଧ୍ୟରେ ଅନୁଷ୍ଠିତ ସୋଇଥିବା ବେଳେ ରାମଧୂନ୍ କ୍ଲବ୍ ( ଏ ) ଓ ରାମଜୀ କ୍ଲବ୍ ନିମ୍ନା ମଧ୍ୟରେ ଦ୍ଵିତୀୟ ମ୍ୟାଚ, ଓ ରାମ ଧୂନ୍ କ୍ଲବ୍ ସି ଓ ବି ଏମ୍ ପୁର ଇଲେ ଭେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ୧-୦ ଗୋଲରେ ଉଲୁଣ୍ଡା ଦଳ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ୧-୦ ଗୋଲରେ ନିମ୍ନା ଦଳ ଓ ତୃତୀୟ ମ୍ୟାଚ ୧-୦ ଗୋଲରେ ରାମଧୁନ ସି ବିଜୟୀ ହୋଇଛି । ସମସ୍ତ ମ୍ୟାଚକୁ ମୁଖ୍ୟ ରେଫରୀ ଭାବେ ଅନିଲ ଭୋଇ, ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ, ଅନିଲ ଭୋଇ ଅନିତା ମହାକୁଡ, ଖେଳ ପରିଚାଳନା କରିଥିଲେ । ଦିଲ୍ଲୀପ ପାତ୍ର ଓ ମନୋରଞ୍ଜନ ତ୍ରୀପାଠୀ ଓ ଦିଗାମ୍ବର ଶତପଥି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଖେଳରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀଙ୍କ ସମେତ ଚନ୍ଦନ, ରଂଜୁ, ଅନିଲ, ଶିବ, ଚାହଦ, ରବି, ଚୈତ୍ୟନ୍ୟ, କିରଣ, ସଦା, ପୁରେନ, କଲିମ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।