ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଠାରେ ମଣ୍ଡଳ ସ୍ତରୀୟ ଖଡୁରା ସମାଜର ସମାବେଶ ଶ୍ୟାମ ସାହୁଙ୍କ ନେତୃତ୍ୱରେ ଓ ଭାଲୁମୁଣ୍ଡା ଖଡୁରା ସମାଜର ସଭାପତି ତପନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମାଜର ନବ ନିର୍ମିତ ସାମାଜିକ ଗୃହ ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅମୁଲ୍ୟ ପାତ୍ର କାଶିରି, ମୁଖ୍ୟ ବକ୍ତା ଭାବେ ସିନାପାଲି ବିଜୟ ସାହୁ, ପପୁ ପାତ୍ର ଜିଲ୍ଲା ସଭାପତି, ସମ୍ମାନିତ ଅତିଥିଭାବେ ମିଳାପ ସାହୁ , ବିଷ୍ଣୁ ପ୍ରସାଦ ସାହୁ, ବିପିନ ବିହାରୀ ସାହୁ ମଞ୍ଚାସିନ ଥିଲେ । ବିଜୟ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ତପନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜର ସଂଗଠନକୁ ସୁଦୃଢ଼ କରିବା ସହ ନାରୀ ଶିକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ । ଭାଲୁମୁଣ୍ଡାର ପ୍ରଥମ ଥର ପାଇଁ ସମିତି ସଭ୍ୟ ଭାବରେ ବିଜୟ ହୋଇଥିବା ନାରୀ ନେତ୍ରୀ ମାନସି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାରୁ ସମାଜର ବିଭିନ୍ନ ନେତୃବୃନ୍ଦ ଓ ଖଡୁରା (ସାହୁ) ସମାଜର ପୁରୁଷ ମହିଳା ଉପସ୍ଥିତ ଥିଲେ । ବିଜୟ ସାହୁ, ବିନୟ ସାହୁ, ଅଗସ୍ତି ସାହୁ, ଯସବନ୍ତ ସାହୁ, ଚନ୍ଦନ ସାହୁ ତଥା ସମସ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।