lika

ବଲାଙ୍ଗିରରେ ଜାତୀୟ ଖାଉଟି ଦିବସ ପାଳିତ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ସଭାଗୃହରେ ଆଜି ଦିନ ୧୧.୩୦ମି.ରେ ଜାତୀୟ ଖାଉଟି ଦିବସ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ପାଳିତ ହୋଇଯାଇଛି । ଅତିଥି ଭାବେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ ହସ୍‌ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଡ. ମୁରଲିଧର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ସରକାର ନେଇଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ଭୀମ ଭୋଇ ମେଡିକାଲ କଲେଜ ସ୍ଥାପନ ପରେ ଇତି ମଧ୍ୟରେ ଏହା ଏକ ଉକୃଷ୍ଟ ଭଲ ସେବା ପ୍ରଦାନକାରୀ ସେବା ଭାବରେ ସବୁ ପ୍ରକାର ସ୍ୱୀକୃତି ପାଇଛି । ମେଡିକାଲ କଲେଜ ତିନି ବର୍ଷ ହେଲା ହୋଇଥିବା ଯୋଗୁଁ ଅନେକ ସେବାର ଅଭାବ ପରିଲକ୍ଷିତ ହେଉଛି । ଆଗକୁ ଏହା ସୁଧୁରି ଯିବ । ଜନସାଧାରଣଙ୍କୁ ଉନ୍ନତ ସେବା ମିଳିବା କ୍ଷେତ୍ରରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗ୍ରାହକ ସଚେତନ ହୋଇ ସଂଗଠିତ ହେଲେ ନିଜର ହକ୍‌ ପାଇପାରିବେ । ସରକାର ଖାଉଟି ସୁରକ୍ଷା ଆଇନରେ ଯେଉଁ ସବୁ ସୁବିଧା ଗ୍ରାହକମାନଙ୍କ ପାଇଁ ଅଛି ତାହା ସେ ବର୍ଣ୍ଣନା କରି ଗ୍ରାହକ ପଂଚାୟତର ସଭ୍ୟମାନେ ସଚେତନ, ସେମାନେ କରୁଥିବା କାମ ଉଲ୍ଲେଖ କରିବା ସହିତ ନିକଟ ଅତୀତରେ ବଲାଙ୍ଗିରର ବିଭିନ୍ନ ସ୍କୁଲ କଲେଜରେ ଛାତ୍ରମାନଙ୍କୁ ଗ୍ରାହକ ସଚେତନତା ବିଷୟରେ ସଚେତନତା ପାଇଁ କରିଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ରାଜ୍ୟ ଉପସଭାପତି ଶଶିଭୂଷଣ ପୁରୋହିତ ବକ୍ତା ଭାବରେ ଯୋଗଦେଇ ଖାଉଟି ଦିବସର ଉତ୍ପତି ବିଷୟରେ କହିବା ସଙ୍ଗେ ସଙ୍ଗେ ଗ୍ରାହକ ଆଇନରେ ଥିବା ସୁବିଧା ଉପରେ ବର୍ଣ୍ଣନା କରି ଜିଲ୍ଲା ଖାଉଟି ଅଦାଲତରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିବାଦର ସମାଧାନ ପାଇଁ ଖାଉଟି ନିଜେ ନିଜର କେସ୍‌ ବିନା ଓକିଲ ସହଯୋଗରେ ଲଢିପାରିବେ ବୋଲି କହିଥିଲେ । ପଂଚାୟତର ଉପଦେଷ୍ଟା ମଗନଲାଲ ଅଗ୍ରୱାଲ ତାଙ୍କ ବକ୍ତବ୍ୟରେ ଗ୍ରାହକ ପଂଚାୟତ ଏଠାରେ ତାର କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି କରି ଏକତ୍ରିତ ହୋଇ କାମ କରୁଥିବା ଯୋଗୁଁ ଅନେକ ସଫଳତା ପାଇବାରେ ସକ୍ଷମ ହୋଇଛି । ସେ ଆହୁରି ସଂଗଠିତ ହୋଇ ଜିଲ୍ଲାରେ ସଭ୍ୟ ସଂଗ୍ରହ କରି କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ପ୍ରଚାର ପ୍ରସାର ପ୍ରମୁଖ ଇଂ କିଶୋର ମୋହନ ମିଶ୍ର ନିଜ ନିଜର ଅଧିକାର ପ୍ରତି ସଚେତନ ହେବା ପାଇଁ କହିବା ସଙ୍ଗେ ସଙ୍ଗେ ପଂଚାୟତ ପ୍ରତି ସଭ୍ୟ ଆହୁରି ଲୋକଙ୍କୁ ସଚେତନ କରି ସାମିଲ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରିଣୀ ସଦସ୍ୟା ରଂଜିତା ମିଶ୍ର, ସଂଯୁକ୍ତା ମିଶ୍ର ବକ୍ତବ୍ୟ ରଖିଥିଲେ । ସାଧାରଣ ସଂପାଦକ ଅଶୋକ କୁମାର ମିଶ୍ର ବିବରଣୀ ପ୍ରଦାନ କରିଥିବା ବେଳେ ଶେଷରେ ସହସଂପାଦକ ମାଳତି ଉଦ୍‌ଗାତା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀ ମିଶ୍ର ପୂର୍ବରୁ ପ୍ରସ୍ତାବିତ ହୋଇଥିବା ଅଶୋକ କୁମାର ମିଶ୍ର (ଖ)ଙ୍କୁ ସଂଗଠନର ସଂପାଦକ ଦାୟିତ୍ୱ ଦିଆଯାଇଥିବା ମଞ୍ଜୁରୀ ଘୋଷଣା କରିଥିଲେ । ସେ ନିଜର ଦାୟିତ୍ୱ ଠିକ୍‌ ଭାବରେ ସଂପାଦନ କରିବାକୁ ପ୍ରତିଶୃତି ଦେଇଥିଲେ । ଆରମ୍ଭରେ ସ୍ୱାମୀ ବିବେକାନନ୍ଦ ଓ ଭାରତମାତାଙ୍କ ପୂଜାଅର୍ଚ୍ଚନା କରି ଆରମ୍ଭ ହୋଇଥିବା ବେଳେ ଶେଷରେ ଶାନ୍ତିପାଠ ପରେ ସମାପନ ହୋଇଥିଲା ।

babaa
Leave A Reply

Your email address will not be published.