ବଲାଙ୍ଗିରରେ ପୁଣି ବୁଲିଲା ଖଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ଥରେ ବୁଲିଲା ଖଣ୍ଡା । ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା, ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଓ ପରେ ବଲାଙ୍ଗିରରୁ ବୁର୍ଲାକୁ ରେଫର କରାଯାଇଥିବା ଖବର ରହିଛି । ବଲାଙ୍ଗିର ଆନନ୍ଦନଗର ପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ରାତି ପାଖାପାଖି ୧୦.୩୦ ମିନଟ୍‌ ସମୟରେ ବଚସା ହୋଇଥିଲା । ଆଉ ବଚସାରେ ଭାସ୍କର ପରିଛା ନାମକ ଜଣେ ଯୁବକ ଗୁରତର ହୋଇଯାଇଥିବାବେଳେ ତାଙ୍କୁ ତୁରନ୍ତ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ଅବସ୍ଥା ଗୁରତର ହେବାରୁ ତାଙ୍କୁ ବୁର୍ଲା ରେଫର କରାଯାଇଥିବା ଜଣାପଡ଼ିଛି । ଘଟଣା ସଂପର୍କରେ ଖବର ପାଇ ବଲାଙ୍ଗିର ପୋଲିସ ଘଟଣାସ୍ଥଳରେ ପହଂଚିଥିଲା ଓ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ରହିଛି । ତେବେ କ’ଣ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ପରିସ୍ଥିତି ଦେଖାଦେଲା ? ଏହାର ମୁଖ୍ୟ କାରଣ କ’ଣ ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।

Leave A Reply

Your email address will not be published.