କେସିଙ୍ଗା ବିଜେପିପାର୍ଟୀ ତରଫରୁ”ଏକ ପେଡ ମା କେ ନାମ ” ବୃକ୍ଷରୋପଣ କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଭାରତୀୟ ଜନତା ପାର୍ଟିର ତରଫରୁ ସେପ୍ଟେମ୍ବର ୧୭ ତାରିଖ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ସଭାପତି ପିଙ୍କୁ ପରିଡ଼ା ଙ୍କ ନେତୃତ୍ୱରେ ବୋରିଂଗପଦର ଗୋଶାଳା ପରିସରରେ “ଏକ ପେଡ ମା କେ ନାମ ” ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ଜିଲ୍ଲାଉପସଭାପତି ବିର୍ଦ୍ଧି ଜୈନ, ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ,ମଗନ ସିନ୍ଦୁର, ସମ୍ପାଦକ ଯୁଗଳ କିଶୋର ଦୀପ, ସଚିନ ଜୈନ, କମଳାକାନ୍ତ ସାହୁ, ଯାଜ୍ଞସେନୀ ସାହୁ, ଲକ୍ଷ୍ମୀ ହେର୍ଣ୍ଣଜ୍ଝ, ଜୟନ୍ତୀ ଗହୀର, ମଞ୍ଜୁଳା ନାୟକ ଓ ସୁଶାନ୍ତ ସାହା ।

Leave A Reply

Your email address will not be published.