
କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଦିନିକିଆ କେସିଙ୍ଗା ଗସ୍ତରେ ଆସି ସ୍ଥାନୀୟ ଏନ୍ ଏ ସି ପାଖ କଲ୍ୟାଣ ମଣ୍ଡପରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ରାଜ୍ୟରେ ବିଜେପି ସରକାରଙ୍କ ନଅ ମାସର ଉପଲବ୍ଧି ବିଷୟରେ କହି ନିଜ ଭାଷଣରେ ସୁଭଦ୍ରା ଯୋଜନାରୁ ଆରମ୍ଭ କରି ଅନ୍ତୋଦୟ ଯୋଜନାରେ ଶେଷ କରିଥିଲେ । ଓଡ଼ିଶା ସରକାରଙ୍କ ଦ୍ଵାରା ଜିଲ୍ଲା ଭିର୍ତ୍ତିକ ନୀତିରେ ଶିକ୍ଷାର ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, କେସିଙ୍ଗା ନଗର ସଭାପତି ମଗନ ସିନ୍ଦୂର, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ପୁର୍ବତନ ସଦର ବିଧାୟକ ଅନାମ ନାୟକ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷା ନମିତା ରାଣୀ ସାହୁ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜିଲ୍ଲା ଉପ ସଭାପତି ନିରୁପମା ସାମଲ, ପ୍ରଶାନ୍ତ ସାହୁ, ଲକ୍ଷ୍ମୀ ବାଗ, କଶୁର ପଡା ମଣ୍ଡଳ ସଭାପତି ରୁତୁ ପୂର୍ଣ୍ଣ ସାହୁ, ଉତ୍କେଳା ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ, ବୋରିଆ ମଣ୍ଡଳ ସଭାପତି ଅଶୋକ ପୋଢ଼, ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ରଞ୍ଜନ ଜ୍ୟୋତି ଓ କେସିଙ୍ଗା ନଗର ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ ଓ ଅନେକ ବିଜେପି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଜୟଶଙ୍କର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ମନ୍ତ୍ରୀ ମହୋଦୟ ଏନ୍ ଏ ସି ଗେଷ୍ଟ ହାଉସରେ ମଧ୍ୟାହ୍ନ ଭୋଜନ ଖାଇ କେସିଙ୍ଗା ତେରାପନ୍ଥ ଭବନରେ କିଛି ସମୟ ରହି ଫେରି ଯାଇଥିଲେ । ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ କିନ୍ତୁ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ମଞ୍ଚ ଉପରେ ଜନ ସଭାକୁ ଉଦ୍ବୋଧନ ଦେଉଥିବା ବେଳେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ମଞ୍ଚ ସାମ୍ନାରେ ବସିଥିବା ଲୋକଙ୍କ ପାର୍ଶ୍ଵ ଓ ମଞ୍ଚର ଚାରିପଟେ ସାନି ଟାଇଜ ସିଞ୍ଚନ କରାଯିବାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା । ସିଞ୍ଚନ ପୂର୍ବରୁ ମଞ୍ଚ ସାମନାରେ ବସିଥିବା କର୍ମୀଙ୍କ ନାକ ନିକଟରେ ଥିବା ନାଳର ଦୁର୍ଗନ୍ଧ ପାଣିରେ ଫାଟି ଯାଉଥିବା ବେଳେ ବିଜେପି କର୍ମୀଙ୍କ ସୂଚନା ପରେ ସାନି ଟାଇଯ ସିଞ୍ଚନ କରାଯାଇଥିଲା ଯାହାକୁ ନେଇ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଶେଷରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କେସିଙ୍ଗା ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶହରୁ ଉର୍ଦ୍ଧ ଅନେକ ଲୋକ ଓ କଳାହାଣ୍ଡି ଜିଲ୍ଲା କଂଗ୍ରେସର ସମ୍ପାଦକ ତରୁଣ ସିଂ ନିଜର ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଥିଲେ ।