oom

କେଶରୀୟା ହିନ୍ଦୁ ବାହିନୀ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶତ ଶତ ନମନ

jsmm

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତର ସ୍ୱାଧୀନତା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରି ନିଜକୁ ବଳିଦାନ ଦେଇ ଦେଶ ପାଇଁ ଦେଇଥିବା ଅବର୍ଣ୍ଣନୀୟ ଅବଦାନ ପାଇଁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ତରଫରୁ ଶତ ଶତ ନମନ । ନେତାଜୀ ଜୟନ୍ତୀ ତଥା ପ୍ରହାର ଦିବସ ଅବସରରେ ଆଜି ବଲାଙ୍ଗୀର କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ତରଫରୁ ନଗର ସଭାପତି ସନ୍ତୋଷ ସାହୁ‌ଙ୍କ ନେତୃତ୍ୱରେ ପ୍ରଦେଶ ମହମାନ୍ତ୍ରୀ ସନ୍ତୋଷ ଭୋଳଙ୍କ ଉପସ୍ଥିତିରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା ଏବଂ ମିଷ୍ଟାନ୍ନ ବଣ୍ଟନ କରାଗଲା । ଏହି କାର୍ୟ୍ୟକ୍ରମରେ ସଂଗଠନର ସୁରଜ ବକୁଳ, ଆଲୋକ ତ୍ରିପାଠୀ, ଦେବରାଜ ନାଗ, କବିତ୍ର ସାହୁ, ପିତାମ୍ବର ଷଣ୍ଢ, ବିକାଶ ମିଶ୍ର, ଭାସ୍କର ରାଓ, ସୁଶିଲ ସାହୁ, ସୁନିଲ ମିଶ୍ର, ବିରେନ ବାରିକ, ରବୀନ୍ଦ୍ର ନାଏକ, କୁନା ନାଏକ, ସୀର୍ଦ୍ଧା‌ତ୍ତ ବୋହିଦାର, ରାଜୁ ନାୟକ, ସନତ ପାତ୍ର, ସୁରେନ୍ଦ୍ର ସେଠ, ହରେକୃଷ୍ତ ବେହେରା, ମନୋଜ ନାଏକ ପ୍ରମୁଖ ଉପ‌ସ୍ଥିତ ଥିଲେ ।

jittmm
Leave A Reply

Your email address will not be published.