କେବିସି ହଟ୍‌ସିଟ୍‌ରେ ବଲାଙ୍ଗିରର ସମ୍ବିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିିତ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡପତି (କେବିସି)ର ସୋ’ରେ ଏଥର ବଲାଙ୍ଗିରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ । ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍‌ସିଟ୍‌ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । ସମ୍ବିତ ହେଉଛନ୍ତି ବଲାଙ୍ଗିର ଚନ୍ଦନଭାଟି ନିବାସୀ ଯୋଗୀ ରଂଜନ ପାଣିଗ୍ରାହୀ ଓ ବିସ୍ମିତା ପାଣିଗ୍ରାହୀଙ୍କ ପୁଅ । ସେ ଏବେ ଦିଲ୍ଲୀର ଏକ ମଲ୍‌ଟିନ୍ୟାସନାଲ କମ୍ପାନୀର ବିଜନେସ ଆଣ୍ଡ ଅପରେସନରେ କର୍ତ୍ତବ୍ୟରତ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏସ୍‌ସି ପାଠ ପରେ ସେ ଆଇଆଇଏଫ୍‌ଟିରେ ଏମ୍‌ବିଏ କରିଛନ୍ତି । ବାପା ଯୋଗୀ ରଂଜନ କଷ୍ଟମ ଆଣ୍ଡ ଜିଏସ୍‌ଟିର ପ୍ରିନ୍‌ସିପାଲ କମିଶନର ଭାବରେ ଦିଲ୍ଲୀରେ ଅବସ୍ଥାପିତ । ପରିବାର ସହ ସମ୍ବିତ ଦିଲ୍ଲୀରେ ରହୁଛନ୍ତି । କେବିସିରେ ଚନ୍ଦନଭାଟି ଗାଁ ସହ ଓଡିଶା ସଂର୍ପକରେ ବି କିଛି ଆଲୋଚନା ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.