ppurohit

ଲୋଇସିଂହା ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ

2nd

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ୧୭ ତାରିଖ ଦିନ ଆୟୋଜିତ ହେବାକୁ ଥିବା “ମା କେ ନାମ ପେ ଏକ ପେଡ” କାର୍ଯ୍ୟକ୍ରମ ପାଇଁ ଲୋଇସିଂହା ବନବିଭାଗ ତରଫରୁ ଲୋଇସିଂହା ଓ ଆଗଲପୁର ବ୍ଲକର ୪୦ ଟି ଗ୍ରାମ ପଞ୍ଚାୟତ ଓ ବଲାଙ୍ଗିର ସଦର ବ୍ଲକର ସକମା ଗ୍ରାମ ପଞ୍ଚାୟତ ପାଇଁ ବିଭିନ୍ନ ପ୍ରକାର ଶତାଧିକ ଚାରା ବଣ୍ଟନ କରାଯାଇଛି । ନିକଟସ୍ଥ କରକଚିଆ ନର୍ସରୀରୁ ଉପରୋକ୍ତ ପଞ୍ଚାୟତ ଗୁଡ଼ିକୁ ବୃକ୍ଷରୋପଣ ଉଦ୍ଦେଶ୍ୟରେ ଚାରା ଯୋଗାଇ ଦିଆଯାଉଛି । ଲୋଇସିଂହା ବନବିଭାଗ ଫରେଷ୍ଟର ବାବୁଲା ଦାସଙ୍କ ତତ୍ୱାବଧାନରେ ସମସ୍ତ ବନ କର୍ମଚାରୀ ଏଥିରେ ସହଯୋଗ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.