ସ୍ୱଚ୍ଛତା ଦିବସ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ୱଚ୍ଛତା ଦିବସ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚୁଲିଫୁଙ୍କା ପଞ୍ଚାୟତର ସରପଞ୍ଚ ଯମୁନା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇ ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ । ପରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଆରସି ବୈଷ୍ଣବ ଚରଣ ନାଏକ, ପିଇଓ ପରମାନନ୍ଦ ମହାନନ୍ଦ, ନାଏବ ସରପଞ୍ଚ ଟିରଣ ଭରା ସଗରିଆଙ୍କ ସହ ପଞ୍ଚାୟତର କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.