ମାଣ୍ଡୋସିଲରେ ଭାଗବତ କଥାମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲରେ ଏକାଦଶୀ ମହିଳା ସଂଘ ଓ ମାଣ୍ଡୋସିଲ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଜଗନ୍ନାଥ ମନ୍ଦିର ପରିସରରେ ଭାଗବତ କଥାମୃତ ଅନୁଷ୍ଠିତ ହୋଇଯାଇଛି । ରବିବାର କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତା ଭାବରେ ଶରତ ଚନ୍ଦ୍ର ହଂସ ଓ ଲିଲା ହଂସ ଥିବା ବେଳେ ମୁଖ୍ୟ ଆଚାର୍ଯ୍ୟ ଭାବରେ ଲୋକେଶ୍ୱର ସାବତ ଓ ଟିକେଶ୍ୱର ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନା କରୁଛନ୍ତି । ଏହା ରବିବାର ଆରମ୍ଭ ହୋଇ ଶନିବାର ଦିନ ଶେଷ ହେବ । ଏକାଦଶୀ ମହିଳା ସଂଘ ଓ ମାଣ୍ଡୋସିଲ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.