କରୋନ କଟକଣା ଯୋଗୁ, ଫିକା ପଡିବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର : ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କୌଣସି ଠାରେ ଛାତ୍ରଛାତ୍ରୀ କିମ୍ବା କ୍ୟାଡେଟ ଗ୍ରୁପ୍‌ ସାମିଲ ହୋଇପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସବୁ ଜିଲ୍ଲାପାଳ ଓ ଏସପିଙ୍କୁୁ ଜାରି କରାଯାଇଛି । ବର୍ଷକରେ ଥରେ ପଡୁଥିବା ଏହି ଜାତୀୟତା ଦିବସ ଚଳିତବର୍ଷ ଫିକା ପଡିବାକୁ ଯାଉଛି । କରୋନା ମହାମାରୀ ପାଇଁ ୨୦୨୧ ଅଗଷ୍ଟ ପନ୍ଦର ଯେଭଲି ଫିକା ପଡିଥିଲା ସେହିପରି ଜାରୁୟାରୀ ୨୬ ତଥା ସାଧାରଣତନ୍ତ୍ର ଦିବସ ମଧ୍ୟ ନିରାଡମ୍ବରପୂର୍ଣ୍ଣ ଭାବେ କରାଯିବାକୁ ସରକାରୀସ୍ତରରେ ନିଷ୍ପତ୍ତି ନିଆହୋଇଛି । ଏନେଇ ଉପସଚିବ ଏନ.ପି. ରାୟଗୁରୁ ଦେଇଥିବା ର୍ନିେଶନାମାରେ ଦର୍ଶାଇଛନ୍ତି ଯେ ଚଳିତବର୍ଷ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସରେ ଜନଗହଳିକୁ ବାରଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଉକ୍ତଦିନ ସାଢେ ୮ଟାରେ ମୁଖ୍ୟ ଅତିଥିମାନେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ବେଳେ ଜାତୀୟ ସଙ୍ଗୀତ ଗାନ କରାଯିବ । କେବଳ ପୁଲିସ ବାହିନୀ ହିଁ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇପାରିବେ । ହେଲେ କୌଣସି ଛାତ୍ରଛାତ୍ରୀ କିମ୍ବା କ୍ୟାଡେଟ ଗ୍ରୁପ୍‌ ଭାଗ ନେଇପାରିବେ ନାହିଁ । ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ସାଧାରଣ ଲୋକେ ମଧ୍ୟ କାର୍ୟ୍ୟକ୍ରମରେ ଭାଗ ନେଇପାରିବେ ନାହିଁ । ମାତ୍ର ଉତ୍ସବରେ କୋଭିଡ଼ ଯୋଦ୍ଧାଙ୍କୁ ସାମିଲ କରାଯାଇପାରି । ଏନେଇ ପୂର୍ବରୁ ଇ-ମେଲ ଜରିଆରେ ସେମାନଙ୍କୁ ଅବଗତ କରାଯିବ । ଏହି ନିୟମ କେବଳ ଯେ ରାଜ୍ୟସ୍ତରରେ ପାଳନ ହେବ ତାହା ନୁହେଁ ବ୍ଲକ ଓ ପଞ୍ଚାୟତସ୍ତରରେ ମଧ୍ୟ କଡାକଡ଼ି ଭାବେ ଯେଭଳି ପାଳନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସବୁ ଜିଲ୍ଲାପାଲ ଓ ଏସପିଙ୍କୁ ଗୃହବିଭାଗ ପକ୍ଷରୁ ସଜାଗ କରାଯାଇଛି ।

Leave A Reply

Your email address will not be published.