oom

ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଯାପିତ

jsmm

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ଵ ଏବଂ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏବଂ ବିଜେଡି ନେତା ଲକ୍ଷ୍ମଣ କୁମାର ମେହେର ମୂଖ୍ୟ ଅତିଥିଭାବରେ ଯୋଗଦେଇ ମାଟି ମା’ର ଯୋଗ୍ୟ ସନ୍ତାନମାନଙ୍କ ଦୃଷ୍ଟାନ୍ତ ଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ସାହିତ୍ୟ ଏବଂ ସଂସ୍କୃତିକୁ ହୃଦୟଙ୍ଗମ କରିବା ପାଇଁ ଆହ୍ୱାନ ଦେଇଥିଲେ । ନୋଡାଲ ଅଫିସର ପ୍ରାଧ୍ୟାପକ ଗୋବିନ୍ଦ ମେହେର ଏବଂ ସମ୍ମାନିତ ଅତିôଥ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ, ନୂଆଁ-ଓ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ତର୍କ, ପ୍ରବନ୍ଧ, କବିତା ଅବୃତି ଚିତ୍ରାଜ୍ଞାନ, ଫେନ୍ସି ଡ୍ରେସ, ନୃତ୍ୟ, ସଙ୍ଗୀତ, କ୍ରୀଡା ଆଦି କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରମାନଙ୍କ ମଧ୍ୟରେ ବେଲାଲସେନ ଥନାପତି ଓ ଛାତ୍ରୀମାନଙ୍କ ମଧ୍ୟରେ ବିନ୍ଦୁପ୍ରିୟା ପଥୀମାଲି ଚାମ୍ପିଆନଭାବରେ ପୁରସ୍କୃତ ହୋଇଥିଲେ । ଅଧ୍ୟାପକ ମୁକେଶ କୁମାର ପଟ୍ଟନାୟକ, ଅଧ୍ୟାପିକା ଶୁଭଶ୍ରୀ ସାହୁ, ଖେଳ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ଥନାପତି ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.