oom

କଟାବାହାଲ ଠାରେ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପଦ୍ମପୁର, ( ନିରୋଜ କୁମାର ପାଣୀ ) : ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି । କେଉଁଠି ଅତ୍ୟଧିକ  ବର୍ଷା ଫଳରେ ଧନ ଜୀବନ ନଷ୍ଟ ହେଉଛି ତ କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଛି । ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେଣୁ ପରିବେଶର ସୁରକ୍ଷା କରିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ ଦରକାର । ଏହି ଘଟଣାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ଏଥିପାଇଁ ମାଁ ପାଇଁ ଗଛ ଟିଏ”ର ସ୍ଲୋଗାନ ଦେଇ ବ୍ୟାପକ ଚାରାରୋପଣକୁ ପ୍ରୋତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଣୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତି ଜିଲ୍ଲା, ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ ଲୋକଙ୍କୁ ସଚେତନ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମରେ ସରପଂଚ ଅର୍ପିତା ପଣ୍ଡାଙ୍କ ନେତୃତ୍ୱରେ କୁଲିଆରୀ ପ୍ରାଥମିକ ବିଦ୍ୟାଳୟ, ଅମୃତ ସରୋବର ଏବଂ ଜଙ୍ଗଲ ବିଭାଗ ତରଫରୁ ହାତକୁ ନେଇଥିବା ବୃକ୍ଷମାଲା ପରିସରରେ ପରିବେଶ ସୁରକ୍ଷା ପାଇଁ ପଣସ, କରଞ୍ଜ, ଛତିଆନ, ଅଁଲା, ବେହେରା ଭଳି ବିଭିନ୍ନ କିସମର ପ୍ରାୟ ୧୦୦ ରୁ ଉର୍ଦ୍ଧ ଚାରାରୋପଣ କରାଯାଇଥିଲା । ତେବେ ଏ ସମସ୍ତ ଚାରା ଓ ଜୈବିକ ଖତ କଟାବାହାଲ ନର୍ସରୀରୁ ବନରକ୍ଷୀ ଅନିଲ କୁମାର ସାହୁ ଯୋଗାଇ ଦେଇଥିବା ବେଳେ ନିଜେ ଉପସ୍ଥିତ ରହି ପରିବେଶ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ପଣ୍ଡା, ସରୋଜ କୁମାର ମିଶ୍ର, ଆନନ୍ଦ ବଢେଇ, ମଦନ ବଗାର, ଗୋବିନ୍ଦ ବରିହା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.