
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିକୋନ କମ୍ପାନୀ ଭୁବନେଶ୍ୱର ସୌଜନ୍ୟରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ଉପରେ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଫଟୋଗ୍ରାଫି ଜ୍ଞାନ କୌଶଳ ଉପରେ ଏକ ଦିନିକିଆ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଛତ୍ରପୁର, ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ବିଭିନ୍ନ ବର୍ଗର ଫଟୋଗ୍ରାଫେରମାନେ ଯୋଗଦେଇ ନିକୋନ କମ୍ପାନୀର କ୍ୟାମେରାରୁ କ୍ୱାଲିଟି ଫଟୋ ଉତ୍ତୋଳନ କରିବାର ଜ୍ଞାନ କୌଶଳ ଉପରେ ତାଲିମ ଦିଆଯାଇଥିଲା । କର୍ମଶାଳାରେ ନିକୋନର ଟେକ୍ନିକାଲ ଅଫିସର ପଲ୍ଲବ ପାୱଲ ଯୋଗ ଦେଇ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ବିଷୟରେ ତାଲିମ ପ୍ରଦାନ କରିଥିଲେ ।
ଛତ୍ରପୁର ଫଟୋଗ୍ରାଫର ଆସୋସିଏସନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆନୁଷ୍ଠାନିକ ସଭା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ସମ୍ମାନିତ ଅତିଥିଗଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ସହକାରୀ ତହସିଲଦାର ସ୍ମୃତି ସୌଭାଗ୍ୟ ସାହୁ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଓଡ଼ିଶା ଫଟୋଗ୍ରାଫି ଆସୋସିଏସନର ସମ୍ପାଦକ ଗୌରୀଶଙ୍କର ମହାଙ୍କୁଡ, ଯୁଗ୍ମ ସମ୍ପାଦକ ମିଥୁନ ଜେନା, ପୁରୀ ଫଟୋଗ୍ରାଫି ଆସୋସିଏସନର ସମ୍ପାଦକ ସୁକାନ୍ତ ସାହୁ, ନିକୋନ କମ୍ପାନୀର ମାର୍କେଟିଂ ନିର୍ବାହୀ ଦେବାଂଶୁ ପଟ୍ଟନାୟକ, ବ୍ରହ୍ମପୁର ଶ୍ରୀଷ୍ଟ ଡିଜିଟାଲ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ମାଧବ ପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଏହି କର୍ମଶାଳାର ମହତ୍ତ୍ୱ ଉପରେ ପ୍ରତିପାଦନ କରିଥିଲେ । ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ସଭାରେ ସମ୍ମାନିତ ଅତିଥିଗଣଙ୍କୁ ମାନପତ୍ର ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ପ୍ରାୟତଃ ଏକଶହରୁ ଉର୍ଦ୍ଧ୍ବ ଫଟୋଗ୍ରାଫର ପ୍ରତିନିଧିଙ୍କୁ ପ୍ରଶଂସ ପତ୍ର ପ୍ରଦାନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ଛତ୍ରପୁର ଫଟୋଗ୍ରାଫେର ଆସୋସିଏସନର ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଦିଲୀପ କୁମାର ସାମଲ ଶେଷରେ ଧନ୍ୟବାଦ ଜଣାଇଥିଲେ । ବରିଷ୍ଠ ଫଟୋଗ୍ରାଫର ଅଶୋକ ରଥ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।