ଉଦ୍ୟାନ କୃଷି ଯୋଜନା ସମ୍ପର୍କୀତ ପ୍ରଶିକ୍ଷଣ କର୍ମଶାଳା

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ନଅଗାଁ (ଖ)ପଲ୍ଲୀ ଆଲୋକ ପାଠାଗାର ଠାରେ ଉଦ୍ୟାନ କୃଷି ଉପନିର୍ଦେଶକ, ବଲାଙ୍ଗିର ତରଫରୁ ଉଦ୍ୟାନ କୃଷି ଯୋଜନା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥି ଭାବେ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ, ସରପଞ୍ଚ ବୃନ୍ଦାବନ ସେଠ, ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର, ପ୍ରାଣୀ ସମ୍ପଦ ଅଧିକାରୀ ସତ୍ୟବ୍ରତ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦ୍ୟାନ କୃଷି ଓ ପ୍ରାଣୀ ସମ୍ପଦର ବ୍ୟବସ୍ଥାରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ଯଥା ଗୋପାଳନ, ଛେଳିଚାଷ, ଆଳୁଚାଷ, ଛତୁଚାଷ, ଗେଣ୍ଡୁଫୁଲ ଚାଷ ତଥା ଆମ୍ବ, କଦଳୀ ପ୍ରଭୃତି ଫଳଚାଷରେ ମିଳୁଥିବା ସବସିଡି ଉପରେ ଅତିଥି ଗଣ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଆଖପାଖ ଗ୍ରାମାଞ୍ଚଳରୁ ଚାଷୀମାନେ ଅଂଶଗ୍ରହଣ କରିଥିଲେ । ନରେନ୍ଦ୍ର ପଧାନ, ରାଜେଶ ପଧାନ, ପ୍ରହ୍ଲାଦ ପଧାନ, ସୁଶାନ୍ତ ସା, ରମେଶ ପଧାନ, ଅଚ୍ୟୁତ କୁମ୍ଭାର, ସତ୍ୟ ରଞ୍ଜନ ମହାଲିଙ୍ଗ, ସତ୍ୟ ବେହେରା, ପ୍ରଶାନ୍ତ କୁଅଁର, ଆଶିଷ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.