ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ବଡ଼ଭାଲୁପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ମାୟାବର୍ହା ସିଆରସିସି ସୌରଭ ସାହୁ ଓ ସହଲା ସିଆରସିସି ରଞ୍ଜନ ଦାଶ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ । ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ଶିକ୍ଷକ ବିଭୁତି ପୂଜାରୀ,ସୋମନାଥ ମହାପାତ୍ର, ଚଉବର୍ଗ ପଧାନ, ହିମାଂଶୁ ନାଏକ, ବିପ୍ରବୀର ପାତ୍ର, ପ୍ରକାଶଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ମିନା ପଧାନ, ବବିତା ସାହୁ, ମଧୁମିତା ବିଶ୍ୱାଳ, ସନ୍ତୋଷିନୀ ସେଠୀ, ରେଣୁକା ବେରିହା, ବନ୍ଦିତା ପଣ୍ଡା ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଜୟଶ୍ରୀରାମ ସିକନ୍ଦର ଧନ୍ୟବାଦ ଅର୍ପଣ କରିଥିଲେ ।