oum

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଦିବସୀୟ ଦକ୍ଷତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି) ଓ Elsevierର ମିଳିତ ଆନୁକୁଲ୍ୟରେ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ ଏକ ଦିବସୀୟ ଦକ୍ଷତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ “ସାଇନ୍ସ ଡାଇରେକ୍ଟ ପ୍ଲାଟଫର୍ମରେ ଜର୍ଣ୍ଣାଲ ବ୍ୟବହାର କରି ଗବେଷଣା ମୂଳକ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ” ପ୍ରସଙ୍ଗରେ ଆଲୋଚନା ହୋଇଛି । ଯାହାକି “Improving Research Performance Using Journals on the ScienceDirect platform” ବିଷୟରେ ଏକ ଏକଦିବସୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଜ୍ୟୋସ୍ନା ସାହୁ, ନିର୍ଦ୍ଦେଶିକା, ରଘୁନାଥ ପ୍ରସାଦ ପାଢୀ, ଗ୍ରନ୍ଥାଗାର, ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ଵାରା ଉପଲବ୍ଧ ହେଉଥିବା ଇ-ରିସୋର୍ସ ଉପରେ ଆଲୋକପାତ କରିଥିଲେ । ପ୍ରଫେସର ସୁଧାକର ପାତ୍ର, ଡିନ୍ ତଥା ନାକ୍ ସଂଯୋଜକ Elsevier Databaseର ଲୋକପ୍ରିୟତା ଓ ଉପାଦେୟତା ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ବିଶେଷଜ୍ଞ ଶ୍ରୀମତୀ ଐଶ୍ୱର୍ଯ୍ୟା ନାୟାଲ୍ Elsevier Science Direct e-Resourcesର ବ୍ୟବହାର ସଂବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ସହ ସଂଯୋଜକ ଅଭିମନ୍ୟୁ ପ୍ରଧାନ, ସହକାରୀ ଗ୍ରନ୍ଥାଗାରକ ଓ ସଂଯୋଜକ ଇ-ରିସୋର୍ସ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆୟୋଜକ କମିଟି ସଦସ୍ୟ, ଡ. ଜିତେନ୍ଦ୍ର କୁମାର ବେହେରା, ଭାରପ୍ରାପ୍ତ ଗ୍ରନ୍ଥାଗାରକ, ଡ. ମନସ୍ଵିନୀ ପାତ୍ର, ସହକାରୀ ଗ୍ରନ୍ଥାଗାରିକା ଏବଂ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ସହକାରୀ ଗ୍ରନ୍ଥଗାରିକା ଦ୍ୱାରା ସୁଚାରୁ ରୂପେ ସଂପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ଭାରପ୍ରାପ୍ତ ଗ୍ରନ୍ଥାଗାରିକ ଡ.ଜିତେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.