ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ହରିଶଙ୍କର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ କନ୍ୟା ସନ୍ତାନମାନଙ୍କ ସମାନତା ଓ ଶିକ୍ଷା ନିମନ୍ତେ ନିରନ୍ତର ଗତିଶୀଳତା ଜାରି ରଖିବା ପାଇଁ ଧାର୍ମିକ ମୁଖିଆ, ନିର୍ବାଚିତ ପ୍ରତିନିଧି, ଗୋଷ୍ଠୀ ମୁଖ୍ୟ, ସିଡିପିଓ ଓ ଆଇସିଡିଏସ୍ ସୁପର ଭାଇଜର ମାନଙ୍କର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାର ଉଦ୍ଦେଶ୍ୟ ସମାଜରେ କନ୍ୟା ସନ୍ତାନମାନଙ୍କ ସମାନତା, ଉଚ୍ଚ ଶିକ୍ଷା ଓ ବାଲ୍ୟ ବିବାହ, ଯୌନ ନିର୍ଯ୍ୟାତନା, ଲିଙ୍ଗଗତ ବୈଷମ୍ୟତା ଦୂରୀକରଣ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ଡକ୍ଟର ଗୋଦାବରୀଶ ରଥ, ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ପତି ବାଲ୍ୟ ବିବାହ ବନ୍ଦ୍ କରିବାକୁ ପିପିଟି ମାଧ୍ୟମରେ ଜଣାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ସୁଦକ୍ଷା ଯୋଜନ। ଓ ବିଭିନ୍ନ ଆଇନଗତ ଦିଗ ଉପରେ ବୁଝାଇ କହିଥିଲେ । ଅରୁଣ ଖୁଆସ କହିଲେ ଧାର୍ମିକ ଗୋଷ୍ଠୀର ମୁଖ୍ୟ, ଜ୍ୟୋତିଷମାନେ ସମ୍ମିଳୀତ ଭାବେ କିପରି ସମସ୍ତ ଶିଶୁ କନ୍ୟାଙ୍କୁ ସମାନ ଅଧିକାର ଦେଇ ବାଲ୍ୟ ବିବାହ, ଲିଙ୍ଗଗତ ବୈଷ୍ୟମ୍ୟତାକୁ ଦୂର କରିବାକୁ ବୁଝାଇ କହିଥିଲେ । ସିଡିପିଓ, ସୁପର ଭାଇଜରମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥିଲେ ।
Prev Post
Next Post