ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ ଗୃହରେ ଗୁରୁବାର ଏନ୍ପିଟିଇଏଲ୍ ଦ୍ୱାରା ଏକ କର୍ମଶାଳାର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ମଶାଳାର ସଂଯୋଜିକା ଡ଼. ଜ୍ୟୋତ୍ସ୍ନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମାବେଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କର୍ମଶାଳାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ଦାଶ ଏନ୍ପିଟିଇଏଲ୍ ଏବଂ ସ୍ୱୟଂ ପାଠ୍ୟକ୍ରମ ଦ୍ଵାରା କିପରି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସମ୍ଭାବନା ସୃଷ୍ଟି କରିପାରିବେ ସେ ବିଷୟରେ ନିଜର ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଏସ୍.କେ ବରାଳ ଶିକ୍ଷାର ଅଗ୍ରଗତି ପାଇଁ କର୍ମଶାଳାର ମହତ୍ତ୍ୱ ଉପରେ ଆଲୋକପାତ କରି ଧନ୍ୟବାଦ ଅର୍ପଣ କରିଥିଲେ । ଆଇଆଇଟି ମାଡ୍ରାସରୁ ଆସିଥିବା ଏନ୍ପିଟିଇଏଲ୍ ସିନିୟର ମ୍ୟାନେଜର ଶିବଶଙ୍କର ଦାଶ ଏହି କର୍ମଶାଳାର ଉପସ୍ଥାପକ ଥିଲେ । ସେ ଏନ୍ପିଟିଇଏଲ୍ ଏବଂ ସ୍ୱୟଂର ବିସ୍ତୃତ ପାଠ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ସେ ଏହାର ସଂରଚନା ଏବଂ ପରୀକ୍ଷା ଶୈଳୀ ଗୁଡିକର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାଛଡା ସେ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ଠିକ୍ ସମୟରେ ଏନ୍ପିଟିଇଏଲ୍ ସ୍ମାରକପତ୍ର ପଠାଇବା ସହିତ ଏହା ତାର ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଶିକ୍ଷା ଯୋଗାଇ ଦେଉଛି ବୋଲି ଜଣାଇଥିଲେ । ଏହି କର୍ମଶାଳାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଏହାର ସହଯୋଗୀ କଲେଜ ଗୁଡ଼ିକର ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୩୦ ଜଣ ବ୍ୟକ୍ତି ପଞ୍ଜୀକରଣ କରିଥିବା ବେଳେ ୧୬୩ ଜଣ କର୍ମଶାଳାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ସଫଳତାରେ ସ୍ଥାନୀୟ ସଂଯୋଜକ ଦେସୁଲ ସୁଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
Prev Post