oom

ନୃସିଂହନାଥ ଇକୋଟୁରିଜମ ପରିଚାଳନା ପାଇଁ କର୍ମଶାଳା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ଅବସ୍ଥିତ ଶ୍ରୀ ନୃସିଂହନାଥ ମନ୍ଦିର, ଏହାର ଅନତି ଦୂରରେ ବନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି ଇକୋଟୁରିଜମ ବା ପ୍ରକୃତି ନିବାସ । ଏହି ପ୍ରକୃତି ନିବାସକୁ ପରିଚାଳନା ପାଇଁ ଜର୍ଜଗଡ଼ର ବନ ସଂରକ୍ଷଣ ସମିତିର କର୍ମକର୍ତ୍ତାମାନଙ୍କୁ ଦିଆଯାଇଛି । ଏହାର ସୁପରିଚାଳନା କରାଯିବା ସକାଶେ ଏକ ତିନି ଦିନିଆଁ କର୍ମଶାଳା ବୁଧବାର ରେଞ୍ଜର ରାଜେନ୍ଦ୍ର କୁମାର ଭୋଇ ଉଦ୍‌ଘାଟନ କରିଥିଲେ । କର୍ମଶାଳାରେ ପ୍ରାୟ ୩୦ ଜଣ ଯୋଗଦେଇ ବିଭିନ୍ନ ବିଷୟରେ ଜାଣିବାକୁ ପାଇଥିଲେ । ଏନେଇ ଅନୁଷ୍ଠିତ ସଭାରେ ସଭାପତି ଭାବରେ ରେଞ୍ଜର ଶ୍ରୀ ଭୋଇ ଯୋଗ ଦେଇଥିବା ବେଳେ ଅତିଥି ଭାବରେ ଭୁବନେଶ୍ୱର ଜୈବ ବିବିଧତା ବୋର୍ଡ଼ ତଥା ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗରୁ ଡ଼ା. ସତ୍ୟରଞ୍ଜନ ବେହେରା, ଡ଼ା. ପ୍ରସନ୍ନ କୁମାର ନାୟକ ଓ ଡ଼ା. ଆଦିତ୍ୟ କୁମାର ପଣ୍ଡା ଅତିଥି ତଥା ପ୍ରଶିକ୍ଷକ ଭାବରେ ଯୋଗଦେଇ ପ୍ରକୃତି ନିବାସକୁ ଯେଉଁ ଅତିଥି ଆସିବେ ତାଙ୍କୁ ସେବା ସହ ଜଙ୍ଗଲ, ଜୀବ, ଜନ୍ତୁ, କୀଟ, ପତଙ୍ଗ, ସରୀସୃପ, ଗଛ, ଲତା ସହ କିପରି ମିଶି ପାରିବ ସେ ନେଇ ବହୁତ ସୁନ୍ଦର ଭାବରେ ବୁଝାଇ ଥିଲେ । ପ୍ରକୃତି ବନ୍ଧୁ ବଡ ଶତପଥି ଅତିଥି ଭାବରେ ଯୋଗଦେଇ ଗନ୍ଧମାର୍ଦ୍ଦନ ଓ ନୃସିଂହନାଥର ଓଇତିହ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଶେଷରେ ଫରେଷ୍ଟର ସୁଶାନ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.